Thursday, March 12, 2026
28.7 C
Odisha

    ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଅକ୍ଟୋବର ୧୬ : ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’। ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିଉର ମୁଖ୍ୟ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି। ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି। ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ। ସେ କହିଥିଲେ ଯେ ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷଜମିରେ ଜଳସେଚନ ସୁବିଧା ଥିବା ବେଳେ ବାକି ଜମି ବର୍ଷା ଉପରେ ନିର୍ଭରଶୀଳ। କୃଷି କ୍ଷେତ୍ରରେ ଏଥି ନିମନ୍ତେ ସମସ୍ୟା ଉପୁଜୁଛି। ତେଣୁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ସତ୍ୱେ କୃଷି ଉତ୍ପାଦନ କିପରି ପ୍ରଭାବିତ ହେବ ନାହିଁ ସେଥି ନିମନ୍ତେ ଗବେଷଣା ଜରୁରୀ।
    ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଓ ଏହାର ଆଭିମୁଖ୍ୟ ଦିଗନ୍ତ ବିସ୍ତାରି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇସିଏଆର ପରିଚାଳିତ ସେଂଟ୍ରାଲ ହର୍ଟିକଲ୍‌ଚରାଲ୍ ଏକ୍ସପେରିମେଂଟ ଷ୍ଟେସନ୍‌ର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ତାଲିକାରେ ୧୨୭ ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିବା ଚିନ୍ତାଜନକ। ଭାରତର ପ୍ରତିବେଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଏହି ପରିପ୍ରେକ୍ଷୀରେ ଉତମ ସ୍ଥାନରେ ଅଛନ୍ତି ବୋଲି ସେ କହିଥିଲେ।
    ମୁଖ୍ୟବକ୍ତା ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଓଡ଼ିଶାରେ ନ ଅଙ୍କ ଦୁର୍ଭିକ୍ଷଠାରୁ ଆଜି ଯାଏଁ କୃଷି ଭିତିକ ଜ୍ଞାନ କୌଶଳର ନାଟକୀୟ ମୋଡ ଓ ପରିବର୍ତନ ବିଷୟରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ଅନେକ ଛାତ୍ର ଗବେଷକଙ୍କୁ ପ୍ରଭାବିତ କରିବ ବୋଲି କହିଥିଲେ।
    ଆଏଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ବିବୁଧ ପରାଶର ସ୍ୱାଗତ ଭାଷଣ ଦେବା ସହ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସମ୍ମିଳନୀର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଉଦ୍‌ଘାଟନ ଉତ୍ସବ ପରେ ସମ୍ମିଳନୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ସର୍ବନାରାୟଣ ମିଶ୍ର ଡ. ଦେବାଶିଷ ମହାନ୍ତି, ଡ. ଜି.ଏ.କେ. କୁମାର, ଶ୍ରୀ ଏସ୍‌.କେ ମୁଶାରଫ ହୁସେନ୍ ପ୍ରମୁଖ ବକ୍ତା ଭାବ ଯୋଗ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ମଂଚ ସଂଯୋଜନା କରିଥିଲେ। ଏଥିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ