Saturday, July 27, 2024
24.6 C
Odisha

    ସୋଆ ଏସ୍‌ପିଏସ୍ ପକ୍ଷରୁ ସାଂସ୍କୃତିକ ଉତ୍ସବ ‘ଆମିଟି-୨୦୨୪’ ଆୟୋଜିତ

    ଆଗକୁ ପଢନ୍ତୁ

    ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଦୁଇ ଦିନିଆ ସାଂସ୍କୃତିକ ଉତ୍ସବ ‘ଆମିଟି-୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି ।
    ଶୁକ୍ରବାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ରାଜ୍ୟ ଔଷଧ ନୀରିକ୍ଷକ ଡାକ୍ତର ନୀଳମାଧବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ଡିଭାଇସ୍ ମନିଟରିଂ ଓ ଫାର୍ମାକୋ ଭିଜିଲାନ୍ସ କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ନିମନ୍ତେ ସୃଷ୍ଟି ହେଉଥିବା ସୁଯୋଗ ଉପରେ ଛାତ୍ରଛାତ୍ରୀମାନେ ଦୃଷ୍ଟି ରଖନ୍ତୁ ବୋଲି କହିଥିଲେ । ସମାଜର ହିତ ପାଇଁ ସେମାନେ କାର୍ଯ୍ୟ କରନ୍ତୁ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।
    କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟିକା ଶ୍ରୀମତି ମମତା ଦାସ ମୁଖ୍ୟ ବକ୍ତା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
    ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଆରୋନ – ୨୦୨୪’ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
    କାର୍ଯ୍ୟକ୍ରମକୁ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର) ଲକ୍ଷ୍ମୀଧର ମହାରଣା ପରିଚାଳନା କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଷ୍ଟାର ନାଇଟ୍ ମୁଖ୍ୟ ଆକର୍ଷଣ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ