Wednesday, October 23, 2024
21.7 C
Odisha

    ହତ୍ୟାକାରୀକୁ ଆଜୀବନ ଓ ଦୁଷ୍କର୍ମକାରୀ ୧୦ ବର୍ଷ ଜେଲ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓ ତୁରେକେଲା ଥାନା ଅଞ୍ଚଳରେ ଘଟିଥିବା ୨ ଟି ମାମଲାର ବିଚାର କରି ଶନିବାର ହତ୍ୟାକାରୀଙ୍କୁ ଆଜୀବନ ଓ ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ ଶୁଣାଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ସେହି ଅଭିଯୋଗରେ ଜଣେ ଯୁବକଙ୍କୁ ୧୦ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ହୋଇଛି । ଅନ୍ୟଘଟଣା ଟି ତୁରେକେଲା ଥାନା ଖୁଜେନ ଗାଁରେ ଘଟିଥିଲା । ଗ୍ରାମର କେଦାର ମଲ୍ଲିକ ତାଙ୍କ ବନ୍ଧୁଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା । ସେହି ସମୟରେ ତୁରେକେଲା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତାକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ । ଏନେଇ ସରକାରୀ ଓକିଲ ପ୍ରମୋଦ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ