Wednesday, August 12, 2026
30.1 C
Odisha

    କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ

    ଆଗକୁ ପଢନ୍ତୁ

    ବରଗଡ଼ : କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ । ବରଗଡ଼ ସହର ସ୍ଥିତ ଲେଙ୍ଗୁ ମିଶ୍ର ଛକ ଡ୍ରେନ କଡ଼ରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ଟାଉନ ଥାନା ପୋଲିସ । ମୃତକ ହେଉଛନ୍ତି ବିଶିପଡାର ଶଙ୍କର ତାଣ୍ଡି । ଶଙ୍କର କଦଳୀ ବିକ୍ରି କରି ପରିବାର ପୋଷଣ କରୁଥିଲେ ।

    ଗତକାଲି ରାତିରୁ ଶଙ୍କର ନିଖୋଜ ଥିଲେ । ଆଜି ସକାଳେ ତାଙ୍କ ମୃତ ଶରୀର ବରଗଡ ସ୍ଥିତ ଲେଙ୍ଗୁ ମିଶ୍ର ଛକ ସ୍ଥିତ ଡ୍ରେନରୁ ଉଦ୍ଧାର କରିଛି ଟାଉନ ଥାନ ପୋଲିସ । ମୁତ୍ୟୁର କାରଣ ଜଣାପଡ଼ି ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଯାଇଛି । ଅଧିକ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    71 %
    1.9kmh
    96 %
    Wed
    29 °
    Thu
    29 °
    Fri
    25 °
    Sat
    25 °
    Sun
    28 °

    ସମ୍ବନ୍ଧିତ