Friday, March 13, 2026
37.6 C
Odisha

    ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :  ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଏବେ ଅନୁକୂଳ ରହିଛି।  ୧୬ ବର୍ଷ ପରେ ଏଥର ମୌସୁମୀ ସଅଳ କେରଳ ଛୁଇଁବ। ୨୦୦୯ ମେ’୨୩ରେ କେରଳ ଛୁଇଁଥିଲା ମୌସୁମୀ। ଚଳିତବର୍ଷ ମଧ୍ୟ ମୌସୁମୀ ସଅଳ ଆସୁଛି। ତେଣୁ ଏଥର ଚାଷୀଙ୍କ ପାଇଁ ଖୁସି ଖବର।

    ସାଧାରଣତଃ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ। ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହ କିମ୍ବା ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି। ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ପ୍ରାକ୍‌ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ। ଏ ପର୍ଯ୍ୟନ୍ତ ପ୍ରାକ୍‌ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଦୁଇଦିନ ପରେ ଆଣ୍ଡାମାନ ନିକୋବର ଛୁଇଁବା ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ପାଣିପାଗ ବିଭାଗ କହିଛି ଯେ ସାଧାରଣତଃ ମୌସୁମୀ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ। ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିବା ସମ୍ଭାବନା ରହିଛି। ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବାବେଳେ ଏଥର ଏହା ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
    ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ। ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତର-ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର-ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    8 %
    3.6kmh
    3 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ