Wednesday, March 4, 2026
21.8 C
Odisha

    ୨୮ଯାଏ ଘୁଞ୍ଚିଲା ମାଟ୍ରିକ୍‌ ଫର୍ମପୂରଣ

    ଆଗକୁ ପଢନ୍ତୁ

    କଟକ  :   ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି। ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୮ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବୋର୍ଡ ୱେବସାଇଟ୍‌ www.bseodisha.ac.in ରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ନଭେମ୍ବର ୨୨ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଫର୍ମ ପୂରଣର ଅବଧି ରହିଥିଲେ। ବିଭିନ୍ନ ଜିଲାରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି ହୋଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀମାନେ ମଧ୍ୟ ୨୮ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ