Wednesday, March 18, 2026
31.9 C
Odisha

    ୩୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ମୁକେଶ ଅମ୍ବାନିଙ୍କ କମ୍ପାନୀ

    ଆଗକୁ ପଢନ୍ତୁ

    ମୁମ୍ବଇ: ଦେଶର ପ୍ରମୁଖ କମ୍ପାନୀ ମାନଙ୍କ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଗ୍ରୁପ୍ ଆର୍ଥିକ ୨୦୨୪ ରେ ଯଥେଷ୍ଟ କର୍ମଚାରୀ ଛଟେଇ କରିଛି। ଅତିରିକ୍ତ ଭାବରେ କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟକୁ ଏକୀକରଣ କରିବା ଫଳରେ ଆର୍ଥିକ ୨୦୨୩ ତୁଳନାରେ ଗତ ଆର୍ଥିକ ବର୍ଷରେ ନିଯୁକ୍ତି ସଂଖ୍ୟା ହ୍ରାସ କରିଛି। ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ କ୍ଷମତା ୩୪୭,୩୬୨ କୁ ହ୍ରାସ କରିଛି ଯାହା ଆର୍ଥିକ ବର୍ଷ ୨୦୨୩ ଶେଷରେ ୩୮୯,୪୧୪ ରୁ ଥିଲା​। ଅର୍ଥାତ ମୋଟ ୪୨,୦୫୨ କର୍ମଜୀବୀ କମ୍ପାନୀ ହ୍ରାସ କରିଥିଲେ। ଅନ୍ୟପଟେ ଆର୍ଥିକ ବର୍ଷ ୨୪ ରେ, ରିଲାଏନ୍ସ ଗ୍ରୁପ୍ ର ମୋଟ କର୍ମଚାରୀଙ୍କ ମଧ୍ୟରେ ୫୩.୯% ୩୦ ବର୍ଷରୁ କମ୍ ଏବଂ ୨୧.୪% ମହିଳା ଥିଲେ।
    ତେବେ ତଥ୍ୟରୁ ଜଣାପଡେ ଯେ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ରିଲାଏନ୍ସ୍ର ଏହାର ନିଯୁକ୍ତି ପ୍ରକ୍ରିୟା ମନ୍ଥର କରିଛି। ତଥାପି ଆର୍ଥିକ ବର୍ଷ ୨୦୨୪ ରେ, କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟରେ ପ୍ରାୟ ୧.୭୧ ଲକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଯେତେବେଳେ ପୂର୍ବ ଆର୍ଥିକ ବର୍ଷ ତଥା ୨୦୨୩ରେ ରିଲାଏନ୍ସ ମୋଟ ୨୬୨,୫୫୮ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଫଳରେ କମ୍ପାନୀର ସାମଗ୍ରିକ କର୍ମଚାରୀଙ୍କ ସଂଖ୍ୟା ୩୮୯,୪୧୪ କୁ ବୃଦ୍ଧି ପାଇଥିଲା। ମୋଟ ନୂତନ ନିଯୁକ୍ତି ମଧ୍ୟରୁ ୮୧.୮% ୩୦ ବର୍ଷରୁ କମ୍ ଏବଂ ୨୪.୦% ମହିଳା ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ