Saturday, March 21, 2026
19 C
Odisha

    ଅଁଳାଗଛ ଘରର କେଉଁଠି ଓ କିପରି ରହିଲେ ପ୍ରତିଦିନ ହୋଇଥାଏ ଧନର ବର୍ଷା !

    ଆଗକୁ ପଢନ୍ତୁ

    ଅଁଳା ଗଛ ଗୋଟେ ପବିତ୍ର ଗଛ ଏବଂ ଔଷଧୀୟ ଗୁଣ ବିଶିଷ୍ଟ ଗଛଟିଏ। ସମସ୍ତ ପ୍ରକାରର ଚିକିସ୍ୟାରେ ଲାଗିଥାଏ ଏହି ଅଁଳା ଗଛଟି। ପାଦ ଠାରୁ କେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସମସ୍ୟା ପାଇଁ ବ୍ୟବହାର କରାଯାଇଥାଏ ଏବଂ ବହୁତ କମ୍ପାନୀର ବହୁତ ପ୍ରକାରର ଓଷଧିୟ ପ୍ରଡକ୍ଟ ଯେମିତିକି ଡ଼ାବର ହେଉ ପତଞ୍ଜଳି ହେଉ ଅବା ଅନ୍ୟାୟ କମ୍ପାନୀ ହେଉ ସିକାକାଇ ହେଉ ସେମ୍ପ ହେଉଲିଭର ଟୋନିଂ ହେଉ ଅନେକ ପ୍ରକାରର ପ୍ରଡକ୍ଟ ତିଆରି ହୋଇଥାଏ। ଏଣୁ ଅଁଳା ଏକ ଖଟା ଜାତୀୟ ହେଲେ ମଧ୍ୟ ଅତ୍ୟନ୍ତ ଗୁଣକାରୀ ହୋଇଥାଏ।ଅଁଳା ଗଛ ଘରେ ଥିଲେ ମା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ସେହି ମନୁଷ୍ୟର ସବୁ ଦୁଃଖ ଦୁର୍ଦଶା ଦୂର କରିବା ସହିତ ତାଙ୍କ ଗୃହରେ ଧନର ଅଭାବ ଦୂର କରିଥାନ୍ତି। ଅର୍ଥାତ ପ୍ରଚୁର ଧନର ଅଧିକାରୀ ସେହି ମନୁଷ୍ୟ ହୋଇଥାନ୍ତି ଯିଏ ଅଁଳା ଗଛ ପ୍ରତ୍ୟକ ଦିନ ପୂଜା କରିଥାନ୍ତି। ବନ୍ଧୁଗଣ ଆପଣ ଯେତେବେଳେ କୌଣସି ଧନ ସମ୍ବଦ୍ଧିୟ ସମସ୍ୟାକୁ ନେଇ କୌଣସି ଜ୍ୟୋତିଷବିଦ୍ୱାନମାନଙ୍କ ପାଖକୁ ଯାଇଥାନ୍ତି ତ ସେମାନେ ନିଶ୍ଚିୟ ଅଁଳା ଗଛଟିଏ ଘରେ ଲଗାଇବା ପାଇଁ ଏବଂ ପୂଜା କରିବା ପାଇଁ ବତାଇ ଥାନ୍ତି।ଯଦି ବି ଆପଣ ମାନଙ୍କୁ କେହି ବତାଇ ନଥାନ୍ତି ତ ଜାଣି ନିଅନ୍ତୁ ଅଁଳା ଗଛ ଆଧ୍ୟାତ୍ମିକ କ୍ଷେତ୍ରରୁ ଏବଂ ବାସ୍ତୁଶାସ୍ତ୍ର କ୍ଷେତ୍ରରୁ ଏବଂ ଔଷଧୀୟ ଗୁଣ କ୍ଷେତ୍ରରୁ ଅତ୍ୟନ୍ତ ଉପକାରୀ ଗଛ ହୋଇଥାଏ। ଅଁଳା ବୁଦ୍ଧି ଓ ମସ୍ତିଷ୍କକୁ ଅତ୍ୟନ୍ତ ବିକଶିତ କରିଥାଏ। ଦୃଷ୍ଟିଶକ୍ତି ଏବଂ ପାଚନ ଶକ୍ତିକୁ ବି ମଧ୍ୟ ବୃଦ୍ଧି କରିଥାଏ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମତରେ ଯଦି ଅଁଳା ଗଛକୁ ଘରର ଉତ୍ତର ଦିଗରେ ଲଗାଇ ପୂଜା କରାଯାଏ ତେବେ ନିଜର ତଥା ନିଜ ସନ୍ତାନ ମାନଙ୍କର ମସ୍ତିଷ୍କ ଓ ବୁଦ୍ଧି ବିକଶିତ ହୋଇଥାଏ। ସନ୍ତାନ ମାନେ ଉଚ୍ଚ ଶିକ୍ଷିତ ଓ ସଫଳ ରୋଜଗାରୀ ମଧ୍ୟ ହୋଇପାରିଥାନ୍ତି ଏବଂ ସେହି ଗୃହରେ ଲକ୍ଷ୍ମୀ ନାରାୟଣଙ୍କର ପ୍ରତ୍ୟକ୍ଷ ବାସ ହୋଇଥାଏ।ଯାହା ଫଳରେ କି ସେହି ଗୃହରେ ଅଶାନ୍ତି ଦୁଃଖ ଦୁର୍ଦଶା ଦୂର ହୋଇଥାଏ। ନକରାତ୍ମକ ଶକ୍ତି ବା ଦୁଷ୍ଟ ଶକ୍ତିର ପ୍ରଭାବ ମଧ୍ୟ ଦୂର ହୋଇଥାଏ। ସେହି ଗୃହରେ ଦୁବ୍ୟତାର ଚମକ ବା ଉର୍ଜା ପ୍ରଜ୍ଵଳିତ ହୋଇଥାଏ ଏବଂ ସେହି ଗୃହରେ ଥିବା ଉତ୍ତର ଦିଗର ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଏହା ସହିତ ଯଦି ସେହି ଗୃହରେ ଆଗରୁ ବ୍ରହ୍ମ ହତ୍ୟା ଗୋ ହତ୍ୟା ଏବଂ ଜୀବ ହତ୍ୟା ଦୋଷ ଲାଗି ରହିଥାଏ ତେବେ ତାହା ଦୂର ହୋଇଥାଏ।ଏମିତିରେ ଦେଖାଯାଏ କି ବହୁତ ପ୍ରାଚୀନ ପରମ୍ପରାରେ ମନୁଷ୍ୟ ମୃତ୍ୟୁ ପରେ ସେମାନଙ୍କୁ ନଜଳାଇ ପୋତି ଦେଇଥାନ୍ତି ଏଣୁ ସେହି ଜାଗା ବା ମାଟିକୁ ମନୁଷ୍ୟର ହତ୍ୟାର ଦୋଷ ଲାଗିଥାଏ। ତ ଯଦି ସେହି ଜଗାର ବା ଘରର ଉତ୍ତର ଦିଗରେ ଅଁଳା ଗଛଟିଏ ଲଗାଯାଏ। ତ ସେହି ମନୁଷ୍ୟର ହତ୍ୟା ଦୋଷ ଦୂର ହୋଇଥାଏ। ଉତ୍ତର ଦିଗକୁ ଧନର ଦିଗ ବୋଲି କୁହାଯାଏ। ଯଦି ଗୃହକୁ ଧନର ଆସିବା ବନ୍ଦ ହୋଇଯାଇଥାଏ ଅବା ସଦା ସର୍ବଦା ଅଭାବ ଲାଗି ରହୁଥାଏ ତେବେ ଉତ୍ତର ଦିଗରେ ଅଁଳା ଗଛଟିଏ ଲଗାଇଲେ ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ।

    ଉତ୍ତର ଦିଗର ଦୋଷ ଥିଲେ ସନ୍ତାନ ମାନଙ୍କର ଶିକ୍ଷାରେ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କର ବୁଦ୍ଧି କ୍ଷୀଣ ହୋଇଥାଏ। କୌଣସି ବି କାର୍ଯ୍ୟରେ ନିଜର ବୁଦ୍ଧିକୁ ପ୍ରୟୋଗ କରି ପାରନ୍ତି ନାହିଁ। ଏବଂ ଆପଣଙ୍କର ବୁଦ୍ଧି ପ୍ରୟୋଗର ବିଫଳତା ଦେଖିବାକୁ ମିଳିଥାଏ ଏବଂ ଆପଣ ଧନ ବା ପଇସା ସଞ୍ଚୟ କରିପାରନ୍ତି ନାହିଁ ତେବେ ଏହି ପ୍ରକାରର ସମସ୍ୟାର ସମାଧାନ ହୋଇଥାଏ ଅଁଳା ଗଛ ଉତ୍ତର ଦିଗରେ ଲଗାଇ ପୂଜା କଲେ ଏବଂ ଉତ୍ତର ପୂର୍ବ ବା ଐଶ୍ଵନ୍ୟ କୋଣରେ ଲଗାଇଲେ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟୀ ମଧ୍ୟ ହୋଇଥାଏ। ସନ୍ତାନ ଏବଂ ସୌଭାଗ୍ୟ ପ୍ରାପ୍ତି ପାଇଁ ହୋଇଥାଏ ଅଁଳା ନବମୀର ପୂଜା। ଯେଉଁ ମାନଙ୍କର ସନ୍ତାନ ହେଉନଥାଏ ସେମାନେ ଅଁଳା ନବମୀ ଦିନ ଅଁଳା ଗଛ ନିଶ୍ଚୟ ପୂଜା କରିବା ଉଚିତ ଏବଂ ଅଁଳା ଗଛ ମୂଳରେ ନିଜେ ଭୋଜନ କରିବା ଉଚିତ ଏବଂ ଏହି ଅଁଳା ଗଛ ମୂଳରେ ବ୍ରାହ୍ମଣ ମାନଙ୍କୁ ଖାଇବାକୁ ଦେଲେ ଏହି ସନ୍ତାନ ପ୍ରାପ୍ତିର ଯୋଗ ଲାଭ ହୋଇଥାଏ। ଯଦି ଅଁଳା ନବମୀ ଦିନ ଅଁଳା ଗଛ ମୂଳରେ ଏହି କାର୍ଯ୍ୟ କରିବାର ସମ୍ଭବ ହୋଇନଥାଏ ତ ଏକ ଅଁଳା ଗଛର ଡାଳ ହେଉ ଅବା ପତ୍ର ହେଉ କିମ୍ବା ଫଳ ହେଉ ଗୃହକୁ ଆଣି ପୂଜା କଲେ ମନସ୍କାମନା ପୁର୍ଣ ହୋଇଥାଏ। ଏବଂ ଅଁଳା ଗଛକୁ ପ୍ରତିଦିନ ପୂଜା କଲେ ମଧ୍ୟ ସୁସନ୍ତାନ ପ୍ରାପ୍ତି ହୋଇଥାଏ। ଏବଂ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ ଏବଂ ଅନେକ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ।ଶାସ୍ତ୍ର ମତରେ ଏହି ଅଁଳା ନବମୀର ପୁଣ୍ୟ କ୍ଷୟେ ଯାଇନଥାଏ ଏବଂ ଅଁଳା ନବମୀର ଦାନ ଏବଂ ଧର୍ମ ବହୁ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିଥାଏ। ଶାସ୍ତ୍ର ମତରେ ଭଗବାନ ବିଷ୍ଣୁଙ୍କର ସ୍ୱରୂପ ହୋଇଥାନ୍ତି ଏହିସବୁ ବୃକ୍ଷ। ଅଁଳା ଅଶ୍ୱସ୍ତ ବଟ ବୃକ୍ଷ ସମୀ ବୃକ୍ଷ ଆମ୍ବ ଏବଂ କଦମ୍ବ ବୃକ୍ଷ ଭଗବାନ ଶ୍ରୀ ବିଷ୍ଣୁଙ୍କର ସ୍ୱରୂପ ହୋଇଥାନ୍ତି। ଏହି ସମସ୍ତ ବୃକ୍ଷ ବା ଗଛ ମୂଳରେ ଜପ ତପ ପୂଜା କଲେ ମନୁଷ୍ୟର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଗୋଦାନର ଫଳ ମଧ୍ୟ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ