Friday, November 6, 2026
27.2 C
Odisha

    ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍‌ଆଇ ପରୀକ୍ଷା, ଏନେଇ ବିଜ୍ଞପ୍ତି ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା । ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା ।

    ବିଜ୍ଞପ୍ତି ଅନୁଯାୟୀ,ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଅକ୍ଟୋବର ୪ ଏବଂ ୫ ତାରିଖରେ ହେବ । ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୋଲିସ ୱେବସାଇଟ୍‌ରୁ ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ସୂଚୀ ବିଷୟରେ ଜାଣିବା ପାଇଁ ସେପ୍ଟମ୍ବର ୨୦ ପରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଦିଆଯାଇଛି ପରାମର୍ଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    68 %
    3kmh
    34 %
    Fri
    27 °
    Sat
    27 °
    Sun
    27 °
    Mon
    27 °
    Tue
    27 °

    ସମ୍ବନ୍ଧିତ