Friday, October 16, 2026
26.1 C
Odisha

    ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଲେ ସୁଜାଗଡ଼ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ବାଲେଶ୍ଵର : ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଥିଲେ । ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ ।

    ଖଇରା ବ୍ଲକ ସାରକଣା ପଞ୍ଚାୟତ ସୁଜାଗଡ଼ ପ୍ରାଥମିକ ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ତାଲା ପକାଇ ସ୍କୁଲ ବନ୍ଦ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ପାତ୍ର ମଧ୍ୟାହ୍ନ ଭୋଜନ ବାଟମାରଣା କରିଥିବା ଅଭିଯୋଗ ହୋଇଛି।

    ଖବର ପାଇଁ ଭାରପ୍ରାପ୍ତ ବିଈଓ ମାଣିକ ପାଣିଗ୍ରାହୀ ସିଆରସି ଦାମୋଦର ମହାନ୍ତି ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ୨୩ହଜାର ୬୧୬ଟଙ୍କା ବିଦ୍ୟାଳୟ କମିଟିକୁ ଫେରାଇବା ସହ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ