Wednesday, April 8, 2026
24.2 C
Odisha

    ଅକ୍ଷୟଙ୍କ ’ହାଉସଫୁଲ 5’ଫିଲ୍ମର ଟ୍ରେଲର ହେବ ରିଲିଜ, ପୁରୁଣା ଆକ୍ଟର କରିବେ ଫିଲ୍ମରେ ଧମାଲ୍

    ଆଗକୁ ପଢନ୍ତୁ

    ମୁମ୍ବାଇ  :  ଅକ୍ଷୟ କୁମାରଙ୍କ ‘ହାଉସଫୁଲ୍ 5’ର ଟ୍ରେଲର ଆଜି ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ୧୨.୩୦ରୁ ୧.୩୦ ରେ ମୁକ୍ତିଲାଭ ହୋଇଛି । ଏଥିରେ ୧୭ ଜଣ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ଯାଦୁ ଦେଖିବାକୁ ପାଇଛନ୍ତି ଦର୍ଶକ । କିଛି ଦିନ ପୂର୍ବରୁ ଏହାର ଟିଜର ମଧ୍ୟ ରିଲିଜ ହୋଇଥିଲା । ଯାହାକୁ ନେଇ ଏବେ ପ୍ରଶଂସକଙ୍କ ମନରେ ଉତ୍ସାହିତ ବଢିବାରେ ଲାଗିଛି । ଅକ୍ଷୟ କୁମାରଙ୍କ ଗତ ଫିଲ୍ମଗୁଡିକ ବକ୍ସ ଅଫିସରେ ଭଲ କଲେକ୍ସନ କରି ପାରିନଥିଲା । କିନ୍ତୁ ଖିଲାଡି ଅକ୍ଷୟ କୁମାର ହାର ମାନିନାହାନ୍ତି । ପ୍ରଶଂସକଙ୍କ ପାଇଁ ଫିଲ୍ମ ପରେ ଫିଲ୍ମ କରି ଚାଲିଛନ୍ତି ଅକ୍ଷୟ । ନିକଟରେ ରିଲିଜ ହୋଇଥିବା ’କେଶରୀ ଚାପ୍ଟର ୨’ଫିଲ୍ମ ସେତେ ଭଲ ଆୟ କରିବାରେ ସଫଳ ହୋଇ ନଥିଲା । କିନ୍ତୁ ଏବେ ଅକ୍ଷୟଙ୍କ ଚଳିତ ଫିଲ୍ମ ’ହାଉସ୍ ଫୁଲ 5’କୁ ନେଇ ତାଙ୍କ ଫ୍ୟାନ୍ସ ଆଶାବାଦୀ ରହିଛନ୍ତି । ଏହା ସହିତ ଏଥିରେ ଅନେକ ନାମିଦାମୀ କଳାକାରଙ୍କ ଅଭିନୟ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯାହା ଫୁଲ ଧମାଲ କରିବ ବୋଲି ଅନୁମାନ କରାଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦିନ ଖାନ, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ସୋନମ ବାଜୱା, ନରଗିସ ଫାକରୀ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ୍, ନାନା ପାଟେକର, ଦିନୋ ମୋରିଏ, ଚିତ୍ରାଙ୍ଗଡ ସିଂ, ରଞ୍ଜିତ, ସୌନ୍ଦର୍ଯ୍ୟ ଶର୍ମା ଏବଂ ନିକିତିନ ଧୀର ଭଳି ଅନେକ ପୁରୁଣା ତାରକାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ୬ ଜୁନରେ ଫିଲ୍ମ ରିଲିଜ ହେବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

    ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ‘ହାଉସଫୁଲ୍ 5 ‘ଚର୍ଚ୍ଚାରେ ରହିଥିଲା ।  କାରଣ ଏହାର ଟିଜର ହଠାତ୍ Youtubeରୁ କାଟିଦିଆଯାଇଥିଲା । ଯାହା ଫଳରେ ଫିଲ୍ମର ନିର୍ମାତା Youtube ଏବଂ mofusion studio ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମକୋଦ୍ଦମାର ଅଭିଯୋଗ ଆଣିଥିଲେ । ଫିଲ୍ମର ଟ୍ରେଲର ପୁଣି ଥରେ Youtubeରେ ଆସିଛି । ଯାହା ପରେ ଦର୍ଶକମାନଙ୍କ ମନରେ ଫିଲ୍ମ ପ୍ରତି ଥିବା ଭଲପାଇବାକୁ ଅନୁମାନ କରାଯାଉଛି । ୩ ସପ୍ତାହ ମଧ୍ୟରେ ଏହି ଫିଲ୍ମର ଟିଜରକୁ ୧୦ମିଲିୟନରୁ ଅଧିକ ଭ୍ୟୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ