Wednesday, June 10, 2026
40.8 C
Odisha

    ନରସିଂହପୁର ଥାନା ହାଜତ ମୃତ୍ୟୁ ମାମଲା, ୬ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ

    ଆଗକୁ ପଢନ୍ତୁ

    ନରସିଂହପୁର : ୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ। ଗିରଫ ପୋଲିସ କର୍ମଚାରୀମାନେ ହେଲେ ଅବସରପ୍ରାପ୍ତ ଏଏସଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ହୋମ ଗାର୍ଡ ଯୋଗୀନାଥ ନାୟକ, ଭିକାରୀ ନାୟକ, ଭ୍ରମର ରଣା, ମହେଶ୍ବର ଦେବତା ।

    ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା, ପରେ ଜାମିନ ନାଂଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସୂଚନା ଅନୁସାରେ ଏକ ପାରିବାରିକ ମାମଲାକୁ କେନ୍ଦ୍ର କରି ମାଳିସାହି ଗାଁର ସରୋଜ ସେନାପତିଙ୍କୁ ବିରୋଧରେ ଅଭିଯୋଗ ଆଣିଥିଲେ । ସରୋଜ ଙ୍କୁ ଥାନାକୁ ଆଣି ପଚରା ଉଚରା କରିବାବେଳେ, ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା ।

    ଫଳରେ ହାଜତ ଭିତରେ ହିଁ ସରୋଜଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଥାନା ରେ ଧାରା- ୪୪୮,୩୪୨, ୩୪୧, ୩୨୩, ୫୦୬, ୩୦୨, ୩୪ ଅନୁଯାୟୀ ଆଇପିସି ରେ ମାମଲା ରୁଜୁ ହୋଇଥିଲା। ଜାତୀୟ ମାନବାଧିକାର କମିଶନ ଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକାରୀ ନିରଞ୍ଜନ ଶବର ମାମଲାର ପରିଚାଳନା କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.8 ° C
    40.8 °
    40.8 °
    19 %
    3.5kmh
    49 %
    Wed
    39 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ