Friday, October 2, 2026
29.9 C
Odisha

    ଅକ୍ଷୟ ତୃତୀୟା ଚାଷୀଙ୍କୁ ବଡ଼ ଉପହାର, ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।

    ସୂଚନାମୁତାବକ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯାଇଛି। ଚାଷୀ ମାନଙ୍କୁ ଏହା ପାଇଁ ମେସେଜ ଯାଇଛି । ଯଦି ଆପଣ କୌଣସି ମେସେଜ ପାଇ ନାହାନ୍ତି ତେବେ ନିଜ ବ୍ୟାଙ୍କ ଶାଖାକୁ ଯାଇ ମଧ୍ୟ ଆକାଉଣ୍ଟ ଚେକ କରିପାରିବେ । ସରକାର ୨ହଜାର ସହାୟତା ରାଶି ପଠାଇଛନ୍ତି ।

    ସି ଏମ – କିଷାନ ଯୋଜନା କ’ଣ: ସି ଏମ – କିଷାନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ସମ୍ବଳରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏକ କୃଷକ କଲ୍ୟାଣକାରୀ ଯୋଜନା । ରାଜ୍ୟର କୃଷି ପ୍ରଗତିରେ କୃଷକମାନଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ସଶକ୍ତ କରିବା ଏହି ନାମମାତ୍ର ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସହ ଯୋଜନାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ରାଜ୍ୟର ଶତକଡା ୯୨ ଭାଗ କ୍ଷୁଦ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି।

    କାହିଁକି ମିଳୁଛି ସୁବିଧା:
    ୧.ଚାଷ ପାଇଁ ଚାଷୀଙ୍କୁ ସହାୟତା
    ୨. ଭୂମି ଭୂମିହୀନ କୃଷି ପରିବାରଙ୍କ ପାଇଁ ଜୀବନ ଜୀବିକା ସହାୟତା
    ୩. କୃଷି ବିଦ୍ୟାନିଧ୍ ଛାତ୍ର/ଛାତ୍ରୀ ବୃତ୍ତି

    ଚାଷୀଙ୍କୁ ସହାୟତା: ଏହି ଉପାଦାନ ଅଧୀନରେ ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଜର ମନମୁତାବକ ଚାଷ ସାମଗ୍ରୀ ଯଥା ରେ ଦରକାର ହେଉଥିବା ଅନ୍ୟାନ୍ୟ ଚାଷ ଖର୍ଚ୍ଚ ଭରଣା ନିମନ୍ତେ ବିହନ, ସାର, କୀଟନାଶକ କ୍ରୟ କରିବା ସଙ୍ଗେ ସଙ୍ଗେ ଚାଷ କାର୍ଯ୍ୟରେ ୨୦୦୦/- ଟଙ୍କା ହିସାବରେ ବାର୍ଷିକ ୪୦୦୦/- ଟଙ୍କାର ଆର୍ଥିକ ସହାୟତା ଯୋଗାଇ ରହିଛି।

    ଯୋଗ୍ୟତା ମାନଦଣ୍ଡ :
    କ୍ଷୁଦ୍ର ଓ ନାମମାତ୍ର ଚାଷୀ
    ଭୂମିହୀନ କୃଷି ପରିବାର (ଗ୍ରାମାଞ୍ଚଳର ଯେଉଁ ଭୂମିହୀନ ଶ୍ରମିକ ପରିବାର କୃଷିକୁ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରିଥାନ୍ତି)
    ଉଭୟ ଉପାଦାନ ପାଇଁ ଆବେଦନକାରୀ ନିଶ୍ଚିତ ଭାବରେ ଓଡିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ