Saturday, November 14, 2026
19.7 C
Odisha

    ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କର୍ଣ୍ଣାଟକର ହାଭେରୀ ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଯାହା ଫଳରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାଟି ମହାତ୍ମା ଗାନ୍ଧୀ ରୋଡରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ହାଭେରୀ ପୁଲିସ୍‌ ଅଧୀକ୍ଷକ ଏବଂ ଏକ ପୁଲିସ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଛନ୍ତି। ଏବଂ ୨ ଫୁଟ ଉଚ୍ଚତା ବିଶିଷ୍ଟ କ୍ଷତିଗ୍ରସ୍ତ ପ୍ରତିମାକୁ ଜବତ କରି ଅଧିକ ତଦନ୍ତ ପାଇଁ ଥାନାକୁ ନେଇଛି। ପୁଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ତଦନ୍ତ ପାଇଁ ସହରର ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଘଟଣା ଘଟିଥିବା ସ୍ଥାନରେ କ୍ୟାମେରା ବନ୍ଦ ଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.7 ° C
    19.7 °
    19.7 °
    75 %
    1.4kmh
    0 %
    Fri
    20 °
    Sat
    27 °
    Sun
    27 °
    Mon
    27 °
    Tue
    26 °

    ସମ୍ବନ୍ଧିତ