Saturday, April 11, 2026
25.2 C
Odisha

    ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍‌ଓପି

    ଆଗକୁ ପଢନ୍ତୁ

    ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଆସିବ। ଏହି ଯୋଜନାରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ଆୟ ବର୍ଗର ଲୋକ ଏଥିରୁ ବାଦ୍‌ ପଡ଼ିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ଏହି ଯୋଜନାରରୁ ସରକାର ବାଦ ଦେଇପାରନ୍ତି। ଅଗଷ୍ଟ ୧୫ରେ ଏସ୍‌ଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପ୍ରଭାତୀ କହିଛନ୍ତି, ସୁଭଦ୍ରା ଯୋଜନା ବଜେଟ୍‌ରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ଏହା ପରିମାଣ ବଢ଼ିପାରେ। ଆସନ୍ତା ସେପ୍ଟେମ୍ବର ୧୭ରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ିବ ସେ ନେଇ ତାଙ୍କ ସରକାର କାମ କରୁଛନ୍ତି। ମିଶନ ଶକ୍ତି ମା’ମାନଙ୍କୁ ଦୁବାଇ ବୁଲାଇ ନେଲେ ସେମାନଙ୍କ ବିକାଶ ହୋଇଯିବନି । ସେମାନଙ୍କ ଏକ୍ସପୋଜର ଭିଜିଟ୍‌ ଉପରେ ଅଧିକ ଗୁରୁତ୍ତ୍ୱ ଦିଆଯିବ। ସ୍କୁଟି ନେଇ ମିଶନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି। ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛନ୍ତି । ଭାଜପା ମାଆମାନଙ୍କୁ କେବେ ବି ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରେନି। ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ତ୍ୱ ଦେବ। ମିଶନ ଶକ୍ତି କେବେ ବି ବନ୍ଦ ହେବନି । ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଗତ ଥର ଇକୋରିଟ୍ରିଟରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସବ୍ୟସନ କଥା ସାମ୍ନାକୁ ଆସିଛି। ଏଥର ସେ ସବୁ ବନ୍ଦ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ