Monday, October 19, 2026
24.2 C
Odisha

    ଅଜଣା ରୋଗରେ ୫୦ରୁ ଅଧିକ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଅଜଣା ରୋଗରେ ୫୦ରୁ ଅଧିକ ଆକ୍ରାନ୍ତ । ରାୟଗଡ଼ା ଜିଲ୍ଲା କୋଳନରା ବ୍ଲକ ବିନିସପୁରରେ ଅଜଣାରୋଗର ଆତଙ୍କ । ଗାଁରେ ୮୦ ପରିବାରରେ ୩୫୦ରୁ ଅଧିକ ଲୋକ ବସବାସ କରନ୍ତି ।ଗତ କିଛିଦିନ ଧରି ଲୋକମାନଙ୍କ ଠାରେ ପ୍ରଥମେ ହାତଗୋଡ଼ ବିନ୍ଧାବିନ୍ଧି ହେବା ସହ ଜ୍ବରରେ ଆକ୍ରାନ୍ତ ହେଇଛନ୍ତି । ଏଭଳି ପ୍ରାୟ ୫୦ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧିକାଂଶ ଘରେ ଏଭଳି ରୋଗୀ ପଡ଼ିଛନ୍ତି । ରକ୍ତ ନମୂନାରେ ମ୍ୟାଲେରିଆ ନେଗେଟିଭ ଥିବା ଜଣାପଡ଼ିଛି । ଖବର ପାଇ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୪ଜଣ ବିଶେଷଜ୍ଞ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ରୋଗୀଙ୍କ ରକ୍ତନମୂନା ସଂଗ୍ରହ ସହ ସେମାନଙ୍କୁ ଔଷଧ ଯୋଗାଇ ଦିଆଯାଇଛି । ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ରୋଗର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଚିକିତ୍ସାଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    81 %
    1.5kmh
    48 %
    Mon
    24 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ