Thursday, April 23, 2026
34 C
Odisha

    ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି, UPI ଜରିଆରେ କରିପାରିବେ ଅନ୍‌ଲାଇନ ଦାନ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହାଦ୍ୱାରା ଭକ୍ତମାନେ UPI ମାଧ୍ୟମରେ ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ।

    ଯାହାକି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଛି । ସମର୍ପଣ କାର୍ଯ୍ୟକ୍ରମରେ ଅନ୍‌ଲାଇନ ଦାନ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଭକ୍ତମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟ ଭିତରେ ଓ ବାହାରେ ଥିବା ବ୍ୟାଙ୍କଗୁଡ଼ିକରେ ପୃଥକ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ। ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(UPI) ମାଧ୍ୟମରେ ଅନ୍‌ଲାଇନ ଦାନ କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34 ° C
    34 °
    34 °
    11 %
    1.7kmh
    16 %
    Thu
    36 °
    Fri
    43 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ