Saturday, October 3, 2026
28.9 C
Odisha

    ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲା ଜୀବନ

    ଆଗକୁ ପଢନ୍ତୁ

    ସୋର :  ଆଜି ସକାଳେ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ ୧୬ ନମ୍ବର ଜାତୀୟ ରାଜପଥ ସୋରରୁ ଏକ ବେଆଇନ ବାଲି ବୋଝଇ ଟ୍ରକ ପିଛା କରୁଥିଲେ। ପଣପଣା ଠାରେ ବେଆଇନ ବାଲି ବୋଝଇ ଟ୍ରକ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହଙ୍କ ବୋଲେରୋ ଉପରେ ଚଢାଇ ଦେଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଅତିରିକ୍ତ ତହସିଲଦାର । ଖନ୍ତାପଡା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

    ଏହି ସମୟରେ ପାଇକାଳି ପୋଲ ନିକଟରେ ଥିବା ଏକ ଷ୍ଟକ ପଏଂଟରୁ ଦୁଇଟି ବାଲିଗାଡି ଜବତ କରିବା ସମୟରେ ଓଡ଼ି ୦୧ ଟି ୭୧୯୩ ନମ୍ବର ବିଶିଷ୍ଟ ଏକ ବାଲିଗାଡିକୁ ଅଟକାଇଥିଲେ। ମାତ୍ର ବାଲି ଗାଡିଟି ଦ୍ରୁତଗତିରେ ବାଲେଶ୍ୱର ଅଭିମୁଖେ ଯିବାରୁ ଖୋଦ ଅତିରିକ୍ତ ତହସିଲଦାର ଗାଡି ଚଲାଇ ବାଲିଗାଡିକୁ ପିଛା କରିଥିଲେ। ଏହି ସମୟରେ ପଣପଣା ନିକଟରେ ବାଲି ଗାଡିଟି ତହସିଲ ଗାଡିକୁ ପଛରୁ ଧକା ଦେଇଥିଲା । ଫଳରେ ଗାଡିର କାଚ ଭାଙ୍ଗିବା ସହିତ ଅତିରିକ୍ତ ତହସିଲଦାର ଶ୍ରୀ ସିଂହ ଅଳ୍ପକେ ବର୍ତିଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ