Friday, July 3, 2026
24.7 C
Odisha

    ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ ମାଟ୍ରିକ ପରୀକ୍ଷା ଫଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ମାଟ୍ରିକ ରେଜଲଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ଏବଂ ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ ।

    ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପାଇବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିଥିଲା । ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥର ପ୍ରଥମକରି ମାଟ୍ରିକ ସାର୍ଟିଫିକେଟ ଓଡ଼ିଆରେ ମିଳିବ । ଉଭୟ ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.2kmh
    100 %
    Fri
    26 °
    Sat
    28 °
    Sun
    25 °
    Mon
    28 °
    Tue
    30 °

    ସମ୍ବନ୍ଧିତ