ଗାଁ ଗହଳିରେ ବିଭିନ୍ନ ଖାଦ୍ୟ ମାନଙ୍କ ମଧ୍ୟରୁ ମାଣ୍ଡିଆ ଅନ୍ୟତମ । ପୂର୍ବରୁ କେବଳ ଗାଁ ଗହଳିରେ ଏହାକୁ ଜଳଖିଆ ଭାବେ ଖାଉଥିଲେ । ଆଜିକାଲି ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି । ବର୍ତ୍ତମାନ୍ ଏହା ସହରୀ ଜୀବନରେ ମଧ୍ୟ ଖୁବ୍ ପ୍ରଭାବପକାଉଛି । ରୁଟି ଅପେକ୍ଷା ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ । ଏବେ ମାଣ୍ଡିଆରେ ଅନେକ ପ୍ରକାର ଡ଼ିସ ବନାଇ ଖାଇବାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।
ଫିଟନେସକୁ ଭଲପାଉଥିବା ଲୋକେ ମାଣ୍ଡିଆ ଖାଇବାକୁ ଭଲପାଇଥାନ୍ତି। ଏହା ସେମାନଙ୍କ ପାଇଁ ସୁପରଫୁଡ। ଅନେକ ଲୋକଙ୍କ କହିବାନୁଯାୟୀ, ରାତିରେ ଶୋଇବା ପୂର୍ବରୁ ମାଣ୍ଡିଆ ସହିତ କ୍ଷୀର ମିଶାଇ ଖାଇବା ସ୍ବାସ୍ଥ୍ଯ ପ୍ରତି ଫାଇଦାଯୁକ୍ତ । ଏହି ଦୁଇଟି ଜିନିଷ ମିଶାଇ ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।
ମାଣ୍ଡିଆରେ ରହିଛି ଏକାଧିକ ଭିଟାମିନ୍ ରହିଛି । ଯାହା ଆମ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ମାଣ୍ଡିଆରେ ଭିଟାମିନ- ବି, ସି, କେ, ଇ, ପ୍ରୋଟିନ, ଆଇରନ୍, କ୍ୟାଲସିୟମ ଆଦି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ଯାହା ଅନେକ ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।
ଓଜନ ହ୍ରାସ କରେ : ମାଣ୍ଡିଆ ଶରୀରର ଅଧିକ ଚର୍ବି କୁ କମ୍ କରିଥାଏ । ଏଥିରେ ଫାଇବର ରହିଥିବା କାରଣରୁ ଦୀର୍ଘ ସମୟ ଧରି ଭୋକ ଲାଗିନଥାଏ । ମାଣ୍ଡିଆ ଓଜନ ହ୍ରାସ କରିବା ପାଇଁ ଗୋଟିଏ ଭଲ ଉପାୟ ।
ଆସଟ୍ରିୟୋ ପୋରୋସିସ ସମସ୍ୟା ଦୂର କରେ : ମାଣ୍ଡିଆ ରେ କ୍ୟାଲସିୟମ ଅଧିକ ରହିଥିବା କାରଣରୁ ଏହା ହାଡ ଜନିତ ସମସ୍ୟା କୁ ଦୁର କରିଥାଏ । ଯଦି ଆପଣ ୧୦୦ଗ୍ରାମ ମାଣ୍ଡିଆ ଖାଇବେ ତେବେ ସେଥିରେ ୩୪୪ ମିଲିଗ୍ରମ୍ କ୍ୟାଲସିୟମ ରହିଛି । ହାଡକୁ ମଜବୁତ୍ କରୁଥିବା କାରଣରୁ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦୁର ହୋଇଥାଏ ।
ହାର୍ଟକୁ ସୁସ୍ଥ ରଖେ : ମାଣ୍ଡିଆ ରେ କୋଲେଷ୍ଟ୍ରାଳ ଓ ସୋଡ଼ିୟମ କମ ରହିଥିବା କାରଣରୁ ହୃତପିଣ୍ଡ ପାଇଁ ସୁରକ୍ଷିତ । ଏଥିରେ ଆଇରନ , ମଗ୍ନେଶିୟମ ଓ ଫାଇବର ଅଧିକ ରହିଥିବା କାରଣରୁ ହୃତପିଣ୍ଡ ସୁସ୍ଥ ରଖେ ଓ ରକ୍ତଚାପ ନିୟନ୍ତ୍ରିତ କରେ ।
ମଧୁମେହ ପାଇଁ ହିତକର : ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଖାଇବା ଉଚିତ୍ । ଚାଉଳ ଓ ଅଟା ତୁଳନାରେ ଅଧିକ ଫାଇବର ରହିଛି । ମାଣ୍ଡିଆ ର ଗ୍ଲାଇ ସେମିକ୍ ଇଣ୍ଡେକ୍ସ ଖୁବ୍ କମ ଥାଏ । ମାଣ୍ଡିଆ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।
