Wednesday, July 1, 2026
24.7 C
Odisha

    ଅଭିନେତାଙ୍କ ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

    ଆଗକୁ ପଢନ୍ତୁ

    ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ତାଳସାରୀ ବେଳାଭୂମିରେ ବଙ୍ଗାଳି ଟେଲି ଫିଲ୍ମ ସୁଟିଂ ବେଳେ ଅଭିନେତା ରାହୁଲ ବାନାର୍ଜୀଙ୍କ ସମୁଦ୍ରରେ ବୁଡି ମୃତ୍ଯୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି । ତାଳସାରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପତ୍ନୀ ପ୍ରିୟଙ୍କା ବାନାର୍ଜୀ ଓ ଫିଲ୍ମ ଇଣ୍ତଷ୍ଟ୍ରୀର କଳାକାର । ରାହୁଲଙ୍କ ମୃତ୍ଯୁକୁ ସାତ ଦିନ ବିତି ଯାଇଥିବା ବେଳେ ମୃତ୍ଯୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଓ ପ୍ରଶଂସକ । ମାର୍ଚ୍ଚ ୨୯ ତାରିଖରେ ତାଳସାରୀ ବେଳାଭୂମିରେ ବୋଟରେ ସୁଟିଂ କରୁଥିବା ବେଳେ ଅସାବଧାନତା ବଶତଃ ରାହୁଲଙ୍କ ସହ ଅଭିନେତ୍ରୀ ଶ୍ବେତା ମିଶ୍ର ବୋଟରୁ ଖସି ପଡ଼ିଥିଲେ ।

    ଉଦ୍ଧାର କରିବା ପାଂଇ ରାହୁଲ ମଧ୍ଯ ପାଣି ଭିତରକୁ ପଶିଥିଲେ । ଗଭୀର ପାଣି ସ୍ରୋତରେ ଉଭୟ ଭାସି ଯାଇ ଥିଲେ । ସ୍ଥାନୀୟ ଲୋକ ଅନ୍ଯ ବୋଟ୍ ସାହାଯ୍ଯରେ ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୀଘା ଷ୍ଟେଟ୍ ଜେନେରାଲ୍ ହସ୍ପିଟାଲକୁ ନେଇଥିଲେ । ତେବେ ଡାକ୍ତର ରାହୁଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସମୁଦ୍ର ଭିତରେ ସୁଟିଂ ବେଳେ ସୁରକ୍ଷା ବ୍ଯବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    93 %
    0.9kmh
    100 %
    Wed
    28 °
    Thu
    32 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ