Tuesday, October 27, 2026
27.4 C
Odisha

    ଅଧା ଓଡ଼ିଶାରେ ‘ଅର୍ଣ୍ଣବ’ ପ୍ରଭାବ! ୨୮ରେ ଅତିଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଲ୍ୟାଣ୍ଡଫଲ୍ ନୁହେଁ, ହେଲେ ପ୍ରବଳ ବର୍ଷା ଆଶଙ୍କା । ଅଧା ଓଡ଼ିଶାରେ ପଡିବ ଅର୍ଣ୍ଣବର ପ୍ରଭାବ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି, କାଲି ୨୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

    ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପୁରା ରାଜ୍ୟରେ ବର୍ଷା ହୋଇପାରେ । ଅତିଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ସେହିପରି ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

    ୨୯ ତାରିଖରେ ୩ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟା ପାଇଁ ଓଡ଼ିଶାର ୬ ଜିଲ୍ଲାରେ ବଢ଼ିଲା ସତର୍କତା! । ଛଅଟି ଦକ୍ଷିଣ ଜିଲ୍ଲାରେ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀକୁ ସଜାଗ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    60 %
    4.6kmh
    98 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ