ନୂଆଦିଲ୍ଲୀ : ଆଗୁଆ ଶୃଙ୍ଖଳା କବଜା ଲକ୍ଷ୍ୟରେ ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲା ହେନରି ଷ୍ଟାଡିୟମ୍ ରେ ଖେଳାଯିବ । ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ଦୁଇ ମ୍ୟାଚ୍ କୁ ଭ୍ରମଣକାରୀ ଭାରତ ଜିତି ଶୃଙ୍ଖଳାରେ ୨-୦ରେ ଆଗରେ ରହିଛି ।
ଆଜିର ମ୍ୟାଚ ଜିତି ଆଗୁଆ ଶୃଙ୍ଖଳା କବ୍ ଜା ଲକ୍ଷ୍ୟରେ ଭାରତ ରହିଛି । ସିରିଜ୍ ବଞ୍ଚାଇ ରଖିବା ଆଶାରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗରେ ରହିଛି । ପ୍ରଥମ ମ୍ୟାଚ୍ ରେ ୨୨୬ ରନ୍ ର ଲକ୍ଷ୍ୟକୁ ହାସଲ କରି ଭାରତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପଶ୍ଚାତ୍ ଧାବନରେ ବଡ଼ ବିଜୟ ପାଇଥିଲା । ଦ୍ବିତୀୟରେ ପରାଜୟର ଦ୍ବାରରେ ଥିଲେ ମଧ୍ୟ ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଖେଳି ଭ୍ରମଣକାରୀ ଦଳକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ ।
ଦୁଇ ମ୍ୟାଚ୍ ରେ କଡ଼ା ଟକ୍କର ଦେଇ ପରାଜୟ ବରଣ କରିଥିବା ଘରୋଇ ଦଳ ଶୃଙ୍ଖଳା ବଞ୍ଚାଇ ରଖିବାକୁ ଚେଷ୍ଟା କରିବ । ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିଲା ବେଳେ ଏହି ମ୍ୟାଚ ନୂଆ ପରିବେଶ ୱେଲିଟନ୍ ରେ ଖେଳାଯିବ। ହେନରି ଷ୍ଟାଡିୟମ୍ ରେ ଅଧିକ ପବନ ବହିବାର ସମ୍ଭାବନା ଥିଲା ବେଳେ ଏହାର ସ୍କୋୟାର ବାଉଣ୍ଡରି ଛୋଟ ରହିଛି। ଭାରତକୁ ଏଠାରେ ନୂଆ ରଣନୀତି ଆପଣେଇବାକୁ ପଡ଼ିବ । ଆଜିର ମ୍ୟାଚରେ ଖେଳିବେନି ଈଶାନ କିଶାନ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ରୁ ଇଶାନ କିଷାନ ବାଦ୍ ପଡ଼ିଛନ୍ତି ।
ଆଘାତ ସମସ୍ୟା କାରଣରୁ ସେ ଏହି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ (BCCI) ସ୍ପଷ୍ଟ କରିଛି। ଦ୍ବିତୀୟ ମ୍ୟାଚରେ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଥିଲା । ତୃତୀୟ ମ୍ୟାଚରେ ସୂର୍ଯ୍ୟବଂଶୀ ଖେଳିବା ସମ୍ଭାବନା ଅଧିକ । ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସେ ତୃତୀୟ ସ୍ଥାନରେ ବିଫଳ ହୋଇଥିବାରୁ ଏହି ମ୍ୟାଚରେ ଅଭିଷେକ ଶର୍ମାଙ୍କ ସହ ଓପନ୍ କରିପାରନ୍ତି ଏଠାରେ ନିଜର ପରାକ୍ରମ ଦେଖାଇ ଚୟନକର୍ତ୍ତାକୁ ଆକର୍ଷିତ କରିବାକୁ ଚେଷ୍ଟା କରିବେ। ତୃତୀୟ ସ୍ଥାନରେ ସଞ୍ଜୁ ସାମ୍ ସନ୍ ଖେଳିବେ ବୋଲି ସୂଚନା ମିଳିଛି ।
