Wednesday, September 30, 2026
22.9 C
Odisha

    ଅଧିକ ଦିନ ତିଷ୍ଠି ପାରିବେନି ଜେଲେନସ୍କି: ଟ୍ରମ୍ପ

    ଆଗକୁ ପଢନ୍ତୁ

    ଵାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଓ ୟୁରୋପୀୟ ସଂଘକୁ କଡ଼ା ଚେତାବନୀ ଦେଇଛନ୍ତି।। ରୁଷ୍ ସହ ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଧିକ ଦିନ ତିଷ୍ଠି ପାରିବେ ନାହିଁ ଏବଂ ୟୁରୋପୀୟ ସଂଘ ଦ୍ବାରା ୟୁକ୍ରେନକୁ ସମର୍ଥନ ନେଇ ଚିନ୍ତା କରିବାର ସମୟ ଆସିଯାଇଛି ବୋଲି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାକୁ ନେଇ ୟୁରୋପରେ ହଇଚଇ ସୃଷ୍ଟି ହୋଇଛି। ୟୁରୋପର କେତେକ ନେତା ଟ୍ରମ୍ପଙ୍କ ବୟାନକୁ ସମର୍ଥନ କରି ସତ୍ୟକୁ ସାମ୍ନା କରବାକୁ ପଡ଼ିବ ବୋଲି କହିଥିବା ବେଳେ ୟୁରୋପୀୟ ସଂଘ ମଧ୍ୟ ଖୁବ୍‌ଶୀଘ୍ର ୟୁକ୍ରେନକୁ ରୁଷ୍‌ ବିରୋଧରେ ସହାୟତା ଘୋଷଣା ନେଇ ସମୀକ୍ଷା କରିବ ବୋଲି ଜଣାପଡ଼ିଛି। ଆଜି ଟ୍ରମ୍ପ କହିଛନ୍ତି ଯେ ରୁଷ୍‌ ସହ ଅସ୍ତ୍ରବିରତି ଚୁକ୍ତି ବିନା ୟୁକ୍ରେନ ନେତା ଅଧିକ ଦିନ ତିଷ୍ଠି ରହିପାରିବେ ନାହିଁ।

    ଯୁଦ୍ଧବିରତି ଚୁକ୍ତି ପାଇଁ ଖୁବ୍ ଶୀଘ୍ର ପ୍ରସ୍ତୁତ ହେବା ହିଁ ୟୁକ୍ରେନ ପାଇଁ ସଠିକ୍‌ ମାର୍ଗ ବୋଲି ଟ୍ରମ୍ପ କହିଛନ୍ତି। ଯଦି ଏହି ଚୁକ୍ତି ନହେବ ତା’ହେଲେ ସେହି ବ୍ୟକ୍ତି (ଜେଲେନସ୍କି) ଅଧିକ ଦିନ ରହିପାରିବେ ନାହିଁ। ହ୍ୱାଇଟ୍ ହାଉସରେ ତାଇୱାନ ସେମିକଣ୍ଡକ୍ଟର ନର୍ମାଣକାରୀ କମ୍ପାନି (ଟିଏସ୍‌ଏମ୍‌ସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସିସି ୱେଇଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିଲେ ୟୁକ୍ରେନର ରାଷ୍ଟ୍ରପତି ରୁଷ୍‌ ବିରୋଧୀ ଲଢ଼େଇରେ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ।

    ୟୁରୋପ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ସେମାନଙ୍କୁ ଆମେ ବହୁତ ଅଧିକ ଦେଇଛୁ ଏବଂ ସେମାନଙ୍କ କାର୍ଯ୍ୟ ସଂପର୍କରେ ସେମାନେ ନିଜେ ସମୀକ୍ଷା କରନ୍ତୁ। ‘ମୁଁ ୟୁରୋପକୁ ଟକ୍କର ଦେଉନାହିଁ, ମୁଁ କହୁଛି ଯେ ସେମାନେ  ଜୋ ବାଇଡେନ(ପୂର୍ବତନ ରାଷ୍ଟ୍ରପତି)ଙ୍କ ତୁଳନାରେ ବହୁତ ସ୍ମାର୍ଟ ଥିଲେ।  ବାଇଡେନଙ୍କ ପାଖରେ ସେମାନଙ୍କୁ ବୁଝିବା ଓ ନିଷ୍ପତ୍ତି ନେବା କ୍ଷମତା ନଥିଲା। ସେ କେବଳ ସେମାନଙ୍କୁ ସହାୟତା ଦେଉଥିଲେ ଏବଂ ଅନ୍ୟ ଦିଗଗୁଡ଼ିକୁ ଅଣଦେଖା କରୁଥିଲେ ବୋଲି ଟ୍ରମ୍ପ କହିଛନ୍ତି। ୟୁରୋପୀୟ ନେତାଙ୍କୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଏବେ ଆମ ପାଇଁ ସ୍ମାର୍ଟ ହେବାର ସମୟ ଆସିଛି। ସେମାନେ ନିଜର ମାର୍ଗ ସ୍ଥିର କରିବାକୁ ହେବ । ଯୁଦ୍ଧକୁ ଲମ୍ବା ସମୟ ଧରି ଟାଣିବା ଦ୍ବାରା କ’ଣ ଘଟୁଛି ସେମାନେ ଅନୁଧ୍ୟାନ କରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି।

    ଏହାର ଜବାବରେ ଜେଲେନସ୍କି କହିଛନ୍ତି, ସେ ଏବେ ୟୁକ୍ରେନର ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି ଏବଂ ନିଜ ଲୋକଙ୍କ ରକ୍ଷା ପାଇଁ ସଂଘର୍ଷ ଜାରି ରଖିଛନ୍ତି।  ଶାନ୍ତି ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।‌ ତେବେ ଏହା ବଦଳରେ ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବା ଅତି ଜରୁରୀ।  ଆମେରିକାର ସହୟତା ଆମ ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଆମେରିକା ସହ ମୁଁ ଅତ୍ୟନ୍ତ ନମ୍ରତାର ସହ ସଂପର୍କ ରଖିବାକୁ ଚାହେଁ ବୋଲି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ