Wednesday, March 25, 2026
25.5 C
Odisha

    ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଉଥିଲେ ସାବଧାନ,ଶରୀର ପାଇଁ ହୋଇପାରେ ହାନିକାରକ

    ଆଗକୁ ପଢନ୍ତୁ

    ଶରୀର ପାଇଁ ମହତ୍ତ୍ବପୂର୍ଣ୍ଣ ପୋଷକମାନଙ୍କ ମଧ୍ୟରେ ରହିଛି ପ୍ରୋଟିନ୍ । ଶରୀରର ଉଚିତ ମାତ୍ରାର ବୃଦ୍ଧି ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଲାଭଦାୟକ ହୋଇଥାଏ। ତେବେ ଏହାର ମାତ୍ରାଧିକ ସେବନ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇଥାଏ। ଆସନ୍ତୁ ଜାଣିବା ପ୍ରୋଟିନ ପରିମାଣ ଅଧିକ ହେଲେ ଶରୀରରେ କେଉଁ ଅସୁବିଧା ହୋଇଥାଏ।

    ଓଜନ ବଢ଼ିବା : ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଅଧିକ ପ୍ରୋଟିନ୍ ସେବନ ଦ୍ବାରା ଶରୀରରେ ହାଇ ପ୍ରୋଟିନ୍ ଏବଂ ଲୋ କାର୍ବହାଇଡ୍ରେଡ଼ରେ ବଦଳି ଯାଇଥାଏ। ଯାହା ଫଳରେ ଶରୀରରେ ଚର୍ବି ବଢ଼ି ମେଦ ବୃଦ୍ଧିର କାରଣ ହୋଇଥାଏ। ଏହା ଦ୍ବାରା ଶରୀର ଅଳସୁଆ ହୋଇଯାଇଥାଏ।

    ପେଟ ଯନ୍ତ୍ରଣା : ଅତ୍ୟଧିକ ପ୍ରୋଟିନ୍ କାରଣରୁ ଶରୀରରେ ଫାଇବରର ଅଭାବ ହୋଇଥାଏ। ଯାହା ଫଳରେ ନାହିନଥିବା ପେଟ ସମ୍ବନ୍ଧୀୟ ସମସ୍ୟା ଜାତ ହୋଇଥାଏ।

    ଦୁର୍ବଳ ହାଡ଼ : ପ୍ରୋଟିନର ଅଧିକ ସେବନ ଦ୍ବାରା ଶରୀରରେ ହାଡ଼କୁ ପ୍ରର୍ୟ୍ୟପ୍ତ ପରିମାଣର କ୍ୟାଲସିୟମ୍ ମିଳିନଥାଏ। ଯାହା ଫଳରେ ହାଡ଼ରେ ପୋଷକର ମାତ୍ରା କମ ହୋଇ ଏହା ଦୁର୍ବଳ ହୋଇଥାଏ।

    ହୃଦ ଜନିତ ରୋଗ : ହାଇ-ପ୍ରୋଟିନ୍ ଯୁକ୍ତ ଖାଦ୍ୟ ପାଇଁ ଶରୀରରେ କୋଲେଷ୍ଟ୍ରଲ୍ ଏବଂ ସେଞ୍ଚୁରେଟେଡ଼ର ମାତ୍ରା ବଢ଼ିଥାଏ। ଯାହା ଫଳରେ ହୃଦଜନିତ ସମସ୍ୟା ବଢ଼ିଥାଏ। ଉଚ୍ଚ ଏଲଡ଼ିଏଲ କୋଲେଷ୍ଟ୍ରଲର ପରିମାଣ ବଢ଼ିବା ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଜାତ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ