Friday, October 2, 2026
29.9 C
Odisha

    କୁଏତ ଉପରେ ଇରାନର ଡ୍ରୋନ ଆକ୍ରମଣ, ତେଲ ଟାଙ୍କିରେ ଲାଗିଲା ଭୟଙ୍କର ନିଆଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଥମିନି ମଧ୍ୟପ୍ରାଚ୍ୟ ଯୁଦ୍ଧ । ପଡେୋଶୀ ଦେଶ ମାନଙ୍କ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ । ଆଜି କୁଏତ ଉପରେ ଜୋରଦାର ଆକ୍ରମଣ କରିଛି ଇରାନ । କୁଏତ ଆନ୍ତର୍ଜାତୀୟ ବିମାନବନ୍ଦରର ଏକ ତେଲ ଟ୍ୟାଙ୍କିକୁ ଡ୍ରୋନ ଆଟାକ କରିଛି ଇରାନ । ଆକ୍ରମଣ ପରେ ତେଲ ଟାଙ୍କିରେ ଭୟଙ୍କର ନିଆଁ ଲାଗିଯାଇଛି ।

    ତେବେ ଆକ୍ରମଣରେ କୌଣସି ହତାହତ ହୋଇଥିବା ଖବର ମିଳିନାହିଁ। କୁଏତର ସିଭିଲ୍ ଆଭିଏସନ୍ ଅଥରିଟି ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ନିୟୋଜିତ କରିଛନ୍ତି। ବିମାନ ବନ୍ଦର ନିକଟରେ ଆକ୍ରମଣ ପରେ ବିଭିନ୍ନ ଆନ୍ତର୍ଜାତୀୟ ବିମାନ ଯାତ୍ରା ପ୍ରଭାବିତ ହୋଇଛି ।

    ସୂଚନାଯୋଗ୍ୟ, ମଙ୍ଗଳବାର ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ ହୋଇଥିଲା । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଶକ୍ତିଶାଳୀ ବିମାନ ଆକ୍ରମଣରେ ଇରାନର ପ୍ରତିରକ୍ଷା କ୍ଷେତ୍ରର ଜଣେ ପ୍ରମୁଖ ବୈଜ୍ଞାନିକ ଡକ୍ଟର ସଇଦ୍ ସାମଘାଦାରୀ ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଥିଲେ ।

    ଡକ୍ଟର ସଇଦ୍ ଇରାନର ପ୍ରତିରକ୍ଷା ଶିଳ୍ପରେ ଜଣେ ‘ଅଗ୍ରଦୂତ’ ଭାବେ ଜଣାଶୁଣା ଥିଲେ । ସେ ଇରାନ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ଥିଲେ । ମିସାଇଲ୍ ର ଗତିପଥ ନିୟନ୍ତ୍ରଣ ଓ ଲକ୍ଷ୍ୟଭେଦୀ କ୍ଷମତା ବଢ଼ାଇବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରସ୍ତୁତ କରିବା ତାଙ୍କର ମୁଖ୍ୟ କାମ ଥିଲା । ଉତ୍ତର ତେହେରାନର ଚିଜାର୍ ଅଞ୍ଚଳରେ ଥିବା ତାଙ୍କ ଘରକୁ ଇସ୍ରାଏଲ୍ ସିଧାସଳଖ ଟାର୍ଗେଟ୍ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ