Saturday, January 17, 2026
28.8 C
Odisha

    ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ, କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ । କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ । ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ଅଧ୍ୟାପକ ବା ପ୍ରଫେସରମାନେ ଶିକ୍ଷାଦାନରେ ଅବହେଳା କରୁଛନ୍ତି କିମ୍ବା ଯେଉଁମାନଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଚିହ୍ନଟ କରି ସମୟ ପୂର୍ବରୁ ଅବସର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହାବିଦ୍ୟାଳୟକୁ ଚିଠି ଲେଖାଯାଇଛି । ଏନେଇ ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ତଲବ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନକୁ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ଯାଞ୍ଚ କରିବାକୁ କୁହାଯାଇଛି । ଅପାରଗ ଅଧ୍ୟାପକଙ୍କୁ ଚିହ୍ନଟ କରିବା ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି । ଶିକ୍ଷକଙ୍କ ବାର୍ଷିକ ଶିକ୍ଷାଦାନର ମାନ କିପରି ରହିଛି? ସେମାନଙ୍କର ଆଚରଣ ଏବଂ ସାଧୁତା ସନ୍ତୋଷଜନକ କି ନୁହେଁ? ସେମାନେ କଲେଜରେ କେତେ ନିୟମିତ ଏବଂ ପ୍ରଶାସନିକ କାର୍ଯ୍ୟରେ କେତେ ସହଯୋଗ କରନ୍ତି? ଏହା ଉପରେ ରିପୋର୍ଟରେ ଉଲ୍ଲେଖ ରହିବ ।

    ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପକାଉଛନ୍ତି । ଓଡ଼ିଶା ସର୍ଭିସ୍ ରୁଲ୍ (OSR) ଅନୁଯାୟୀ, ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଯେକୌଣସି ଅପାରଗ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରିବେ । ତେବେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ଓ ଏଥିପାଇଁ ଆବଶ୍ୟକୀ ଦଲିଲ ବା ପ୍ରମାଣ ରହିବା ଆବଶ୍ୟକ ବୋଲି ବିଭାଗ ସ୍ପଷ୍ଟ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    14 %
    3.2kmh
    0 %
    Sat
    26 °
    Sun
    30 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ