Friday, August 7, 2026
24.6 C
Odisha

    ଅନନ୍ୟ ଆସ୍ଥାର ମନ୍ଦିର: ଯେଉଁଠି ଦେବୀଙ୍କ କୃପା ପାଇବା ପାଇଁ ପୁରୁଷ ହୁଅନ୍ତି ନାରୀ ବେଶ

    ଆଗକୁ ପଢନ୍ତୁ

    ଶାଢ଼ୀ,ଶଙ୍ଖା,ଚୂଡ଼ି ଆଉ କପାଳରେ ବିନ୍ଦି ତାସହ ହାତରେ ଦୀପ । ଯିଏ ପ୍ରଥମେ ଦେଖିବ ଲାଗିବ ଯେ ମହିଳାମାନେ ପୂଜା କରୁଛନ୍ତି । କିନ୍ତୁ, ସତ୍ୟ ଜାଣିଲେ ଆପଣ ଚମକିଯିବେ । କାରଣ ଶାଢ଼ୀ, ଶଙ୍ଖା ପିନ୍ଧିଥିବା ଏମାନେ ମହିଳା ନୁହଁନ୍ତି ବରଂ ଏମାନେ ସବୁ ପୁରୁଷ । ଦେବୀଙ୍କ କୃପା ପାଇବା ଆଶାରେ ହଜାର ହଜାର ପୁରୁଷ ମହିଳା ବେଶ ଧାରଣ କରି ପୂଜା କରିଥାନ୍ତି ।

    ଆସନ୍ତୁ ଜାଣିବା କେଉଁଠି ରହିଛି ଏହି ଅନନ୍ୟ ପରମ୍ପରା?

    ଧର୍ମ, ଆସ୍ଥା ଓ ପରମ୍ପରାର ଦେଶ ଭାରତ । ଏଠାରେ ରହିଛି ଅନେକ ମନ୍ଦିର, ଯାହାର ଅନନ୍ୟ ପରମ୍ପରା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ । ସେହିପରି ଏକ ମନ୍ଦିର ହେଉଛି କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟନକୁଲଙ୍ଗରା ଦେବୀ ମନ୍ଦିର ।

    ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ବାର୍ଷିକ ଉତ୍ସବ । ଯାହା ‘ଚାମୟାବିଲକ୍କୁ’ ନାମରେ ପରିଚିତ । ଏହି ଉତ୍ସବରେ ହଜାର ହଜାର ପୁରୁଷ ଭକ୍ତ ସାଢ଼ୀ ପିନ୍ଧି, ଅଳଙ୍କାର ପରିଧାନ କରି, କେଶରେ ଫୁଲ ଓ ହାତରେ ଚୂଡ଼ି ପିନ୍ଧି ସମ୍ପୂର୍ଣ୍ଣ ମହିଳା ବେଶରେ ମନ୍ଦିରକୁ ଆସିଥାନ୍ତି । ଦେବୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ନିଜ ମନୋକାମନା ଜଣାନ୍ତି । ସେହି ସମୟରେ ସମଗ୍ର ମନ୍ଦିର ପରିସର ଭକ୍ତି ଓ ଆସ୍ଥାର ପରିବେଶରେ ଭରିଯାଏ ।

    ଏହି ଅନନ୍ୟ ଦୃଶ୍ୟ ଦେଖିବା ପାଇଁ କେବଳ ଭାରତରୁ ନୁହେଁ, ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଓ ଭକ୍ତ ଏଠାକୁ ଆସିଥାନ୍ତି । ଉତ୍ସବ ସମୟରେ ମନ୍ଦିର ପରିସରରେ ଅସ୍ଥାୟୀ ମେକଅପ୍ ଷ୍ଟଲ୍ ଓ ବ୍ୟୁଟି ପାର୍ଲର ମଧ୍ୟ ଖୋଲାଯାଏ । ଏଠାରେ ଭକ୍ତମାନେ ପାରମ୍ପରିକ ଭାବେ ସଜେଇ ହୋଇ ଦେବୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି ।

    ଏହି ପରମ୍ପରା ପଛରେ ରହିଛି ଏକ ପ୍ରାଚୀନ ଲୋକକଥା । ବିଶ୍ୱାସ କରାଯାଏ ଯେ ବହୁ ବର୍ଷ ପୂର୍ବେ କିଛି ପୁଅ ପିଲାମାନେ ଖେଳ ଖେଳରେ ମହିଳା ବେଶ ଧାରଣ କରି ଏହି ସ୍ଥାନରେ ଦେବୀଙ୍କ ପୂଜା କରୁଥିଲେ । ସେମାନଙ୍କ ନିଷ୍ଠା ଓ ଭକ୍ତିରେ ପ୍ରସନ୍ନ ହୋଇ ଦେବୀ ସେମାନଙ୍କୁ ଦର୍ଶନ ଦେଇଥିଲେ ଏବଂ ଆଶୀର୍ବାଦ କରିଥିଲେ । ସେହି ଦିନଠାରୁ ଏହି ବିଶ୍ୱାସ ରହିଆସିଛି ଯେ, ଯେକୌଣସି ପୁରୁଷ ଭକ୍ତ ଯଦି ସତ ମନ ଓ ଶ୍ରଦ୍ଧାର ସହ ମହିଳା ବେଶ ଧାରଣ କରି ଦେବୀଙ୍କ ଆରାଧନା କରନ୍ତି, ତାଙ୍କର ମନୋକାମନା ପୂରଣ ହୋଇଥାଏ ।

    ଆଜି ଏହି ମନ୍ଦିର କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଭାରତୀୟ ସଂସ୍କୃତିର ବିବିଧତା ଓ ଅନନ୍ୟ ପରମ୍ପରାର ଏକ ଉଜ୍ଜ୍ୱଳ ପ୍ରତୀକ । ସୋସିଆଲ୍ ମିଡିଆରେ ଏହି ମନ୍ଦିରର ଭିଡିଓ ଓ ଫଟୋ ପ୍ରାୟତଃ ଭାଇରାଲ୍ ହେଉଥାଏ । ପ୍ରଥମ ଥର ପାଇଁ ଏହି ପରମ୍ପରା ବିଷୟରେ ଜାଣୁଥିବା ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି, କିନ୍ତୁ ଏହା ପଛରେ ଥିବା ଆସ୍ଥା ଓ ଇତିହାସକୁ ଜାଣିବା ପରେ ଏହି ଅନନ୍ୟ ପରମ୍ପରାକୁ ସମ୍ମାନ ମଧ୍ୟ ଜଣାନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    95 %
    1kmh
    100 %
    Fri
    26 °
    Sat
    29 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ