Thursday, October 8, 2026
22.2 C
Odisha

    ଅନଲାଇନରେ ଦୁଦୁରା ଫଳ ବିକ୍ରିରେ ବ୍ରେକ୍, Amazon, Swiggy Instamart ଓ BigBasketର ଲାଇସେନ୍ସ ସ୍ଥଗିତ

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : ଅନଲାଇନରେ ବିଷାକ୍ତ ଦୁଦୁରା ଫଳ ବ୍ରିକ୍ରି କରିବାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର Amazon, Swiggy Instamart ଏବଂ  BigBasketର ଫୁଡ୍ ଲାଇସେନ୍ସକୁ ସ୍ଥଗିତ କରାଯାଇଛି । ବିଷାକ୍ତ ଖାଦ୍ୟକୁ ଲୋକଙ୍କ ଖାଦ୍ୟ ଭାବେ ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ପରେ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି । ଏହି ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଦୁଦୁରା ଫୁଲ ଏବଂ ଫଳକୁ ଖାଦ୍ୟ ଭାବେ ବିକ୍ରି ପାଇଁ ତାଲିକାଭୁକ୍ତ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚବେଳେ ଜଣାପଡିଥିଲା । କିଛି ପ୍ୟାକେଜରେ FSSAI ଲାଇସେନ୍ସ ନମ୍ବର ଥିବା ତଦନ୍ତରୁ ଜଣାପଡିଛି । ଯାହା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏହାକୁ ଖାଦ୍ୟ ଭାବେ ବିକ୍ରି କିମ୍ବା ବଣ୍ଟନ କରିବା ନିୟମ ବିରୋଧୀ ବୋଲି ଖାଦ୍ୟ ସୁରକ୍ଷା ବିଭାଗ କହିଛି ।

    ଏହି ମାମଲାର ଶୁଣାଣିବେଳେ Swiggy Instamart ଅଧିକ ଦସ୍ତାବିଜ୍ ଦାଖଲ କରିବାକୁ ସମୟ ମାଗିଥିଲାବେଳେ Amazon ପକ୍ଷରୁ ନୋଟିସର କୌଣସି ଉତ୍ତର ଦିଆଯାଇନଥିଲା । କିନ୍ତୁ BigBasket ଦୁଦୁରା ଫୁଲ ଓ ମଞ୍ଜି ବିକ୍ରି ବନ୍ଦ କରିବା ସହ ଭବିଷ୍ୟତରେ ପ୍ୟାକେଟରେ ‘Not for Human Consumption’ ଅର୍ଥାତ୍ ଏହା ‘ମାନବ ବ୍ୟବହାର ପାଇଁ ନୁହେଁ’ ଲେଖାଯିବ ବୋଲି ଜଣାଇଥିଲା । କିନ୍ତୁ ଖାଦ୍ୟ ସୁରକ୍ଷା ବିଭାଗ ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହୋଇନଥିଲେ ।

    ଅନ୍ୟପଟେ Amazon, Swiggy Instamart ଏବଂ BigBasket ର ଖାଦ୍ୟ ଲାଇସେନ୍ସଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ଏଥିସହ ଖାଦ୍ୟ ସୁରକ୍ଷା ବିଭାଗ ତିନୋଟି ପ୍ଲାଟଫର୍ମରୁ ଅନୁପାଳନ ରିପୋର୍ଟ ମାଗିଛି। ନିର୍ଦ୍ଦେଶ ପରେ କମ୍ପାନୀଗୁଡ଼ିକୁ ସେମାନଙ୍କର କାର୍ଯ୍ୟ ପ୍ରକାଶ କରିବାକୁ ପଡିବ। ଯଦି ଆହୁରି ଉଲ୍ଲଂଘନ କରୁଥିବା ଜଣାପଡ଼େ, ତେବେ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଗ ସ୍ପଷ୍ଟ କରିଛି ।  ଅନଲାଇନ୍ ପ୍ଲାଟଫର୍ମ ସହିତ ଦୁଦୁରା ଯୋଗାଣ କରୁଥିବା ବିକ୍ରେତାମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ଏହା ବ୍ୟତୀତ ଅନଲାଇନ୍‌ରୁ ଦୁଦୁରାର ସମସ୍ତ ବିଜ୍ଞାପନ ଓ ଲିଷ୍ଟିଂ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ