Thursday, September 17, 2026
24.5 C
Odisha

    ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ପ୍ରସ୍ତୁତି ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ର ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି।  “ଡିଜିଟାଲ ଯୁଗରେ ସହରୀ ପରିବହନର ସୁଗମତା ଓ ଜୀବନଯାପନର ମାନ” ବିଷୟବସ୍ତୁକୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହେବ ।

    ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଏସ୍‌ଓ ସୁଧୀର ସିଂହ, ଗାଇଡେଡ୍ ଟ୍ରାନ୍ସପୋର୍ଟ ସ୍ପେସିଆଲିଷ୍ଟ ରଞ୍ଜିଶ କୁମାର ଏବଂ ମ୍ୟାନେଜର୍, ୟୁଏମ୍‌ଆଇ ରୀନା ଆରୋରା ଶ୍ରୀବାସ୍ତବଙ୍କୁ ନେଇ ତିନିଜଣିଆ ପ୍ରତିନିଧିମଣ୍ଡଳୀ ଆଜି (ମଙ୍ଗଳବାର) ଓଡ଼ିଶା ପହଞ୍ଚିଛନ୍ତି।  ଖାରବେଳ ଭବନଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ପହଞ୍ଚି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନାରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ସମ୍ପର୍କରେ ତଥ୍ୟ ରଖାଯାଇଥିଲା।
    ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠିତ ଜାତୀୟସ୍ତରର ପ୍ରମୁଖ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଶାସକ, ଶିଳ୍ପ ନେତୃତ୍ୱ, ଶିକ୍ଷାବିତ୍ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେବେ।

    ବୈଠକରେ କାର୍ଯ୍ୟକ୍ରମ ପ୍ରସ୍ତୁତିର ବିଭିନ୍ନ ଦିଗ ଯଥା ସମ୍ମିଳନୀ ସ୍ଥଳର ବ୍ୟବସ୍ଥା, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ପାଭିଲିୟନ୍, ପ୍ରତିନିଧିମାନଙ୍କ ରହଣି ଓ ଯାତାୟାତ, ସ୍ଥାନୀୟ ପରିବହନ ବ୍ୟବସ୍ଥା, ପ୍ରୋଟୋକଲ, ସୁରକ୍ଷା ଓ ନିରାପତ୍ତା ଏବଂ ବୈଷୟିକ ସ୍ଥଳ ପରିଦର୍ଶନ ଆଦି ନେଇ ଆଲୋଚନା ହୋଇଥିଲା । ବୈଷୟିକ ଅଧିବେଶନ ଓ ପ୍ରଦର୍ଶନୀରେ ଓଡ଼ିଶାର ସହରୀ ଗମନାଗମନ କ୍ଷେତ୍ରର ବିଭିନ୍ନ ପଦକ୍ଷେପ ଓ ଶ୍ରେଷ୍ଠ ପ୍ରଚଳନଗୁଡ଼ିକୁ ସାମିଲ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ଦ୍ୱାରା ଅଂଶଗ୍ରହଣକାରୀମାନେ ନାଗରିକ-କୈନ୍ଦ୍ରିକ ଗମନାଗମନ ସମାଧାନ ବିକଶିତ କରିବାରେ ଓଡ଼ିଶାର ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇପାରିବେ ।

    କାର୍ଯ୍ୟକ୍ରମର ବିଭିନ୍ନ ଦିଗର ଫଳପ୍ରଦ ଯୋଜନା ପ୍ରସ୍ତୁତି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଯୁଗ୍ମ ସମନ୍ୱୟ ବ୍ୟବସ୍ଥା ଓ କମିଟି ଗଠନ କରାଯିବା ନେଇ  ଆଲୋଚନା ହୋଇଥିଲା । ଆଗାମୀ ସପ୍ତାହଗୁଡ଼ିକ ପାଇଁ ପ୍ରସ୍ତୁତିର ରୋଡମ୍ୟାପ୍ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ । ବିଶେଷକରି ପ୍ରମୁଖ ଲଜିଷ୍ଟିକ୍, ବୈଷୟିକ ଓ ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ସଚିବ-ତଥା-ଜିଏମ୍‌, CRU  ସାହେଦେବ ସମାଧିଆ, ଯୁଗ୍ମ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମମତାରାଣୀ ନାଏକଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ