Sunday, September 27, 2026
29 C
Odisha

    ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ, ୧୧ଟି ନକଲି ୱେବସାଇଟ୍ ଚିହ୍ନଟ କଲା କ୍ରାଇମ୍ ବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମ୍ ବ୍ରାଞ୍ଚ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି । ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି । କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

    ଉଲ୍ଲେଖଯୋଗ୍ୟ ଯେ, ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ଅଦ୍ୟାବଧି ୩୧୭ ଟି ଅଭିଯୋଗ ଦାଖଲ ହୋଇଛି । ଏହା ସହ ଠକମାନେ ବ୍ୟବହାର କରୁଥିବା ବେଆଇନ ହୋଟେଲ ବୁକିଂ ୱେବ ସାଇଟ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

    କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ଏହି ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମ ସହିତ ଯୋଗାଯୋଗ କରି ଉକ୍ତ ନକଲି ୱେବ ସାଇଟଗୁଡିକୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି।

    ଏହି ନକଲି ୱେବସାଇଟ୍ ଗୁଡ଼ିକର ଉଦାହରଣ ତାଲିକା ତଳେ ଦିଆଯାଇଛି।

    Sl. No. Fake Website URLs
    1 https://www.hoteldeepganga.com/
    2 https://www.mayfairheritagepuri.org/
    3 https://www.hoteltamilnadu.com/
    4 https://otdcpanthanivaspuri.in
    5 https://www.hotelspuri.net
    6 https://hotel-panthanivas-puri-otdc.hotelsgds.com
    7 https://www.hotelpathanivaspuri.site
    8 https://otdcpanthanivaspuri.co.in
    9 www.otdcpanthanivas.in
    10 https://panthanivaspuri.co.in
    11 http://thehanscocopalms.in

    ନାଗରିକଙ୍କ ପାଇଁ ସଚେତନତା ବାର୍ତ୍ତା:

    MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରନ୍ତୁ।

    Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍‌ଚେକ୍ କରନ୍ତୁ।

    ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ। ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।

    ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ।

    ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ।

    ବୁକିଂ ବେଳେ ଆପଣ ଠକାମିର ଶିକାର ହୋଇଛନ୍ତି ଜାଣିଲେ ତୁରନ୍ତ୧୯୩୦ରେ ରିପୋର୍ଟ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ