Sunday, November 29, 2026
25.6 C
Odisha

    ଝାଡଖଣ୍ଡରେ ଛାତିଥରା ଦୁର୍ଘଟଣା: PMNRFରୁ ୨ଲକ୍ଷ ସହାୟତା

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣା ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ଆଜି ସକାଳୁ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ଜାତୀୟ ରାଜପଥରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣ ଶିଶୁ, ୪ ଜଣ ମହିଳା ଏବଂ ୫ ଜଣ ପୁରୁଷଙ୍କ ସମେତ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।

    ସ୍କର୍ପିଓରେ ଯାତ୍ରା କରୁଥିବା ସମସ୍ତ ୧୪ ଜଣ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଘାରୋ ଗ୍ରାମର ବାସିନ୍ଦା ଥିଲେ । ସେମାନେ ପୂଜାର୍ଚ୍ଚନା କରିବା ପାଇଁ ରାଜରପ୍ପା ମନ୍ଦିରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ି ଭିତରୁ ଲୋକଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ । ଏହି ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    52 %
    2.1kmh
    4 %
    Sun
    25 °
    Mon
    26 °
    Tue
    27 °
    Wed
    27 °
    Thu
    26 °

    ସମ୍ବନ୍ଧିତ