Saturday, June 7, 2025
34.2 C
Odisha

    ଅନାସ୍ଥାରେ ପଦବୀ ହରାଇଲେ ଫୁଲବାଣୀ ମ୍ୟୁନିସିପାଲିଟିର ବିଜେପି ପୌରାଧ୍ଯାକ୍ଷା ସ୍ମିତାରାଣୀ ମହାନ୍ତି

    ଆଗକୁ ପଢନ୍ତୁ

    ଆସ୍ଥା ଭୋଟରେ ପରାଜିତ ହେଲେ ଫୁଲବାଣୀ ମ୍ୟୁନିସିପାଲିଟିର ବିଜେପି ପୌରାଧ୍ଯାକ୍ଷା ସ୍ମିତାରାଣୀ ମହାନ୍ତି । ବିଜେପିର ଫୁଲବାଣୀ ମୁନିସିପାଲିଟି ପୌରାଧ୍ଯକ୍ଷା ସ୍ମିତାରାଣୀ ମହାନ୍ତି ମଙ୍ଗଳବାର ଅନାସ୍ଥା ଭୋଟରେ ହାରି ପଦବୀ ହରାଇଛନ୍ତି । ୧୩ କାଉନସିଲରମଧ୍ୟରୁ ୧୧ ଜଣ ବୈଠକରେ ଉପସ୍ଥିତ ଥିଲେ । ଭୋଟରେ ଅନାସ୍ଥା ସପକ୍ଷରେ ଦଶ ଜଣ ସଦସ୍ୟ ଭୋଟ ଦେଇଥିବା ବେଳେଜଣଙ୍କ ଭୋଟ ନାକଚ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହିକି ଯେ ବିଜେପିର କାଉନସିଲରର ଅଧ୍ଯକ୍ଷାଙ୍କୁ ବିରୋଧ କରି ଭୋଟ ଦେଇଥିଲେ ।

    ସୂଚନା ଯୋଗ୍ୟ ଯେ ପରିଷଦର ୧୩ କାଉନସିଲଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଗତ ଏପ୍ରିଲ ଦଶ ତାରିଖରେ ପୌରାଧ୍ଯକ୍ଷା ଶ୍ରୀମତୀ ମହାନ୍ତିଙ୍କ ବିରୋଧରେ ଦୁର୍ନୀତି, ଅନିୟମିତତା ଓ ପ୍ରିୟାପ୍ରିତି ତୋଶୋଣ କରୁଥିବା ଅଭିଯୋଗ ଆଣି ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଆଜି ଆସ୍ଥା ଭୋଟରେ ପରାଜିତ ହୋଇ ପୌରାଧକ୍ଷାଙ୍କ ପଦବୀ ଯିବା ପରେ ଏହି ପଦବୀ ପାଇଁ ଉପ ନିର୍ବାଚନ ହେବ ବୋଲି ଜଣାପଡିଛି । ୧୩ କାଉନସିଲର ବିଶିଷ୍ଟ ଫୁଲବାଣୀ ମୁନିସିପାଲିଟିରେ ବର୍ତମାନ ବିଜେଡିର ୭, ବିଜେପି ୪ ଓ ସ୍ବାଧୀନ ୨ ଜଣ କାଉନସିଲର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.2 ° C
    34.2 °
    34.2 °
    29 %
    2.8kmh
    59 %
    Sat
    33 °
    Sun
    41 °
    Mon
    43 °
    Tue
    42 °
    Wed
    38 °

    ସମ୍ବନ୍ଧିତ