Wednesday, October 7, 2026
31.4 C
Odisha

    ଭୁବନେଶ୍ୱର ସାଲିଆ ସାହିରେ ସରିଲା ଜବରଦଖଲ ଉଚ୍ଛେଦ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର   :  ଭୁବନେଶ୍ଵର ସାଲିଆ ସାହି ପଡିଆରୁ ସରିଲା ଜବରଦଖଲ ଉଚ୍ଛେଦ। ୫୫୪ଟି ଘର ଭଙ୍ଗାଯିବା ସହ ଡ୍ରେନ୍ ନିର୍ମାଣ କାମ ଆରମ୍ଭ ହୋଇଛି। ଉଚ୍ଛେଦ ପରେ ଲୋକମାନେ ବଲ ପଡିଆରେ ଜରି ପାଲ ଟାଣି ରହିଥିଲେ। ବଲ ପଡିଆରୁ ବି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି। ଘଣ୍ଟାଏ ଭିତରେ ପଡିଆ ଛାଡିବାକୁ ନୋଟିସ୍‌ ହୋଇଛି। ସେପଟେ ବସ୍ତି ଉଚ୍ଛେଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର। ସେ କହିଛନ୍ତି ଉଚ୍ଛେଦଙ୍କ ଭିତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। ଅଯୋଗ୍ୟ ହିତାଧିକାରୀଙ୍କୁ କେବେବି ଘର ଦିଆଯିବ ନାହିଁ। ଏବେ ସୁଦ୍ଧା ୪୫୫ ଘର ମହଜୁଦ୍ ରହିଛି, ଯେତେ ଆବଶ୍ୟକ ପଡିବ ଦିଆଯିବ। ଏଥିଲାଗି ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରିବାକୁ ବିଏମସି ଚେଷ୍ଟା କରୁଛି। ପୂର୍ବରୁ ଏ ନେଇ ବିଏମସି ବସ୍ତି ବାସିନ୍ଦାଙ୍କୁ ନୋଟିସ୍ କରିଥିଲା। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ