Friday, October 2, 2026
30.6 C
Odisha

    ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ଘର। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗୋଟେ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ଥାନା ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଛକ ଛକରେ ଜଗି ରହିଛି ପୋଲିସ । ମାମଲାର ସମାଧାନ କରିବାକୁ ଚେଷ୍ଟା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ