Thursday, November 26, 2026
25.4 C
Odisha

    ଚଳିତ ବର୍ଷ ବଢ଼ିପାରେ ଐତିହାସିକ ବାଲିଯାତ୍ରାର ଅବଧି

    ଆଗକୁ ପଢନ୍ତୁ

    କଟକ  : ଚଳିତ ବର୍ଷ ଆଉ ଗୋଟିଏ କିମ୍ବା ଦୁଇ ଦିନ ବଢ଼ିପାରେ କଟକର ପ୍ରସିଦ୍ଧ ବାଲିଯାତ୍ରା । ଡିସେମ୍ବର ୧ ତାରିଖ ପରିବର୍ତ୍ତେ ୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି । ବିଭିନ୍ନ କାରଣରୁ ବାଲିଯାତ୍ରାର ଦୁଇ ଦିନ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ଅବଧି ବୃଦ୍ଧି ପାଇଁ ଦାବି କରିଛନ୍ତି ବ୍ୟବସାୟୀ । ଏନେଇ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ବ୍ୟବସାୟୀଙ୍କ ଦାବିକୁ ଗୁରୁତ୍ୱ ଦେଇ ବାଲିଯାତ୍ରାର ଅବଧି ବଢ଼ାଇବା ପ୍ରସ୍ତାବ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଆସନ୍ତା ଦୁଇ ଦିନ ମଧ୍ୟରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତେବେ ସରକାରଙ୍କ ଅନୁମୋଦନ ପରେ ହିଁ ବାଲିଯାତ୍ରାର ଅବଧି ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଯଦି ପ୍ରସ୍ତାବକୁ ମଞ୍ଜୁରୀ ମିଳେ, ତେବେ ଆଉ ଦୁଇ ଦିନ ଧରି ମେଳାର ମଜା ଉଠାଇପାରିବେ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    44 %
    1.8kmh
    0 %
    Thu
    25 °
    Fri
    25 °
    Sat
    25 °
    Sun
    24 °
    Mon
    24 °

    ସମ୍ବନ୍ଧିତ