Wednesday, December 31, 2025
28.2 C
Odisha

    ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ ଶିକ୍ଷକପଡ଼ା ସ୍ଥିତ ଇକୋ ପାର୍କ ସାମ୍ନାରେ ଗୁଳିମାଡ ହୋଇଛି। ଏଥିରେ ଭବାନୀ ଶଙ୍କର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି ।

    ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଭବାନୀ ଶଙ୍କର ଇକୋ ପାର୍କ ସମ୍ମୁଖରେ ଛିଡା ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.2 ° C
    28.2 °
    28.2 °
    17 %
    3.2kmh
    12 %
    Wed
    25 °
    Thu
    29 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ