Sunday, October 4, 2026
30.6 C
Odisha

    ଅନୁପ୍ରବେଶକୁ ନେଇ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ଲାଗି ବାଂଲାଦେଶର ସୁଖଦେବପୁର ସୀମାରେ ଶନିବାର କିଛି ଲୋକ ସୀମା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଂଲାଦେଶୀ ନାଗରିକମାନଙ୍କୁ ସୁଖଦେବପୁରବାସିନ୍ଦା ଘଉଡ଼ାଇ ଥିଲେ। ଏହାପରେ ଅନ୍ୟ ପଟରୁ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଏସଏଫ ଲୁହବୁହା ଗ୍ୟାସ ସେଲ ପ୍ରୟୋଗ କରିଥିଲା । ପିଛା କରିବା ପରେ ବାଂଲାଦେଶୀ ନାଗରିକମାନେ ଫେରାର ହୋଇଯାଇଥିଲେ।

    ଗତ କିଛି ଦିନ ମଧ୍ୟରେ ବାଂଲାଦେଶ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଅନେକ ଥର ଉଦ୍ୟମ ହୋଇଛି। ଏହା ପୂର୍ବରୁ ମଧ୍ୟ ସୀମାରେ ରହୁଥିବା ଭାରତୀୟ ଲୋକଙ୍କ ଦ୍ବାରା ଘଉଡ଼େଇବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଛଘୁଞ୍ଚା ଦେଇଥିଲେ ।  ତେବେ ଶନିବାର ସେମାନେ ବଳପୂର୍ବକ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

    ସୁଖଦେବପୁର ସୀମାରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କୌଣସି ବାଡ଼ ନାହିଁ। ଯେତେବେଳେ ବିଏସ୍ଏଫ୍ କଣ୍ଟାତାର ଲଗାଇବାକୁ ଚେଷ୍ଟା କରିଥିଲା, ବିଜିବି ( ବାଂଲାଦେଶର ସୀମା ସୁରକ୍ଷା ବାହିନୀ) ଏହାକୁ ଅଟକାଇ ଦେଇଥିଲା। ଅନ୍ୟପକ୍ଷରେ ସୀମାରେ ମାଟି ତଳେ ସୁଡ଼ଙ୍ଗ ଖୋଳା ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ବାଂଲାଦେଶୀ ନାଗରିକମାନେ ଏହି ପାର୍ଶ୍ୱକୁ ଆସି ଫସଲ କାଟି ନେଇପଳାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ