Sunday, October 4, 2026
28.6 C
Odisha

    ଶୀତ ଦିନିଆ ରୋଗରୁ ଏପରି କରନ୍ତୁ ନିଜକୁ ରକ୍ଷା

    ଆଗକୁ ପଢନ୍ତୁ

    ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ କିନ୍ତୁ ଅଧିକ ରୋଗର ପ୍ରଭାବ ଶୀତ ଦିନରେ ହିଁ ଦେଖାଯାଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନଥାଏ, ମାତ୍ର କିଛି ରୋଗ ଅଛି ଯାହା ଅନ୍ୟ ଦିନ ଅପେକ୍ଷା ଶୀତ ଦିନରେ ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ମୁଖ୍ୟତଃ ଶୀତ ଦିନେ କେଉଁ ସବୁ ରୋଗ ହୋଇଥାଏ। ଏବଂ କିପରି ଘରୋଇ ଉପଚାରରେ ତାହାର ପ୍ରତିକାର କରିବା।

    ଶୀତ ଋତୁରେ ସଂକ୍ରମଣ ଜନିତ ଜୀବାଣୁ ଅଧିକ ମାତ୍ରାରେ ବ୍ୟାପିଥାଏ। ଯାହା ଶରୀରର ଇମ୍ୟୁନୋ ସିଷ୍ଟମ ଉପରେ ପ୍ରଭାବ ପକାଏ। ଏଣୁ ଏହି ସମୟରେ ସୁସ୍ଥକର ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇ, ବ୍ୟୟ୍ୟାମ କଲେ ଏହି ରୋଗକୁ ଆୟତ୍ତ କରିହେବ।

    ଶୀତ ଋତୁରେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ କଥା। ଏହା ଛଡ଼ା ଏହି ସମୟରେ ତ୍ୱଚା ରୁକ୍ଷ ହୋଇଯିବା, ରକ୍ତ ବୋହିବା, ସଂକ୍ରମଣ ଆଦି ବହୁତ କିଛି ହୋଇଥାଏ। ଏଣୁ ସମୟରେ ମଶ୍ଚୋରାଜିଂ ସାବୁନ୍, କ୍ରିମ୍ ବ୍ୟବହାର କରନ୍ତୁ। ଆପଣ ଘରେ ପ୍ରସ୍ତୁତ ନଡ଼ିଆ ତେଳକୁ ବ୍ୟବହାର କରି ମଧ୍ୟ ନିଜ ତ୍ବଚାକୁ ସୁନ୍ଦର ରଖିପାରିବେ।

    ଏହି ଦିନରେ ଅଧିକ ଗଣ୍ଠି ବିନ୍ଧା ବି ହୋଇଥାଏ। ଖାସ କରି ଶୀତ ଦିନେ ଜାକିଯୁକି ହୋଇ ଶୋଇବା ଏବଂ ଅଧିକ ଥଣ୍ଡା ହେତୁ ଏହି ସମସ୍ୟା ଉପୁଜିଥାଏ। ଏହି ସମସ୍ୟା ଦୂର ପାଇଁ ଉଚିତ ବ୍ୟାୟାମ କରିବା ସହ ଫୁର୍ତ୍ତି ରହିବା ନିହାତି ଆବଶ୍ୟକତା।

    ଶ୍ୱାସ ରୋଗୀମାନଙ୍କ ପାଇଁ ଶୀତ ଦିନ କାଳ ସାବ୍ୟସ୍ତ ହୋଇଥାଏ। ଏଣୁ ଏମାନଙ୍କୁ ଖାଦ୍ୟ ଓ ପାନୀୟରେ ବିଶେଷ ଧାନ୍ୟ ଦେବାକୁ ହେବ। ଥଣ୍ଡା ଧରିବା ପରି ଖାଦ୍ୟ, ପାନୀୟ ଗ୍ରହଣ କରିବା ଅନୁଚିତ ଏହି ଦିନେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ