ପ୍ରତି ଓଡିଆଙ୍କ ଘରେ ଗୁଆର ବ୍ୟବହାର ହୋଇଥାଏ । ସାଧାରଣତଃ ପାନ ଖାଇଲାବେଳେ ଗୁଆର ବ୍ୟବହାର ହୋଇଥାଏ । ଏତିକି ନୁହେଁ ପ୍ରତି ଶୁଭ କାମ ଆରମ୍ଭରେ ପ୍ରଥମେ ଗୁଆର ବ୍ୟବହାର କରାଯାଏ । ପାନ ଓ ଗୁଆ ଭସାଇଲେ ଧର୍ମ ହୋଇଥାଏ ବୋଲି ମଧ୍ୟ ଧାର୍ମିକ କଥା ଅନୁସାରେ ବିଶ୍ବାସ ରହିଛି । ଆପଣ ଜାଣିଛନ୍ତି କି? ପୂଜାରେ ଲାଗୁଥିବା ଏହି ଗୁଆ ଆମ ଦାନ୍ତ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
ଗୁଆରେ ଅନେକ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ସମେତ ଅନେକ ଔଷଧୀୟ ଗୁଣମାନ ଭରି ରହିଛି । ଔଷଧୀୟ ଗୁଣରେ ଭରପୁର ଗୁଆରେ ଅନେକ ରୋଗ ସହିତ ଲଢ଼ିବାର ବି ଶକ୍ତି ରହିଛି । ଏହାର ନିୟମିତ ସେବନ ଅନେକ ରୋଗରୁ ମୁକ୍ତି ଦେଇଥାଏ | ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।
ପେଟ ଜନିତ ସମସ୍ୟା ଦୂର କରେ : ଗୁଆ ପେଟ ପାଇଁ ଖୁବ ଭଲ ବୋଲି କୁହାଯାଏ । ଏଥିରେ ଥିବା ପୋଷାକ ତତ୍ତ୍ୱ ଓ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଆମ ପାଚନ ତନ୍ତ୍ରକୁ ମଜବୁତ କରି ରଖିଥାଏ । ପେଟ ଦରଜ, ଗ୍ୟାସ, ଏସିଡ଼ିଟି, କୃମି ଭଳି ସମସ୍ୟାରୁ ରକ୍ଷା କରିଥାଏ । ଗୁଆରୁ ତିଆରି କାଢ଼ା ପିଇଲେ ପେଟରେ କୃମି ହେବାକୁ ରୋକିଥାଏ । ଏଥିସହ ପିଲାଙ୍କୁ ଝାଡା ହେଉଥିଲେ ମଧ୍ୟ ଆପଣ ଏହାକୁ ସେମାନଙ୍କୁ ପିଇବାକୁ ଦେଇପାରିବେ ।
ଦାନ୍ତ ପାଇଁ ଲାଭକାରୀ : ଗୁଆରେ କ୍ୟାଲସିୟମ୍ ଗୁଣ ଥିବାରୁ ଏହା ଦାନ୍ତ ପାଇଁ ଖୁବ୍ ଭଲ ହୋଇଥାଏ । ଗୁଆ ଚୂର୍ଣ୍ଣରେ ଦାନ୍ତ ଘଷିଲେ ଦାନ୍ତ ଜନିତ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରେ । ଦାନ୍ତ ଯନ୍ତ୍ରଣାକୁ ମଧ୍ୟ ଏହା ଚୁଟକିରେ ଗାଏବ କରିଦେଇଥାଏ । ଏଥିସହ ଏହାକୁ ଚୋବାଇବା ଦ୍ବାରା ଡିପ୍ରେସନରୁ ମୁକ୍ତି ମିଳିଥାଏ ।
ରକ୍ତଚାପ ନିୟନ୍ତ୍ରଣ କରେ : ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଗୁଆ ହେଉଛି ଉପଯୋଗୀ ବୋଲି କୁହାଯାଏ । ଯଦି ରକ୍ତଚାପ ସମସ୍ୟାରେ ପୀଡିତ ତେବେ ଡାକ୍ତରଙ୍କ ପରାମର୍ଶ କରି ଏହାକୁ ଖାଆନ୍ତୁ ।
ପରିସ୍ରା ପୋଡାରୁ ରକ୍ଷା କରେ : ଗୁଆ ଖାଇବା ଦ୍ବାରା ପରିସ୍ରା ପୋଡାଜଳାରୁ ରୋକାଯାଇପାରିବ । ଏହା UTIରୁ ମଧ୍ୟ ମୁକ୍ତି ଦେଇଥାଏ । ପାଇଲ୍ସ ରୋଗୀମାନଙ୍କ ପାଇଁ ଗୁଆ ବରଦାନ ସଦୃଶ ହୋଇଥାଏ । ଏହା ବ୍ୟତୀତ ଗୁ୍ଆ ମେଟାବୋଲିଜିମ୍ ବୃଦ୍ଧି କରି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାୟକ କରେ ।
ବାନ୍ତିକୁ ରୋକେ : ସାଧାରଣତଃ ଅନେକ ଲୋକଙ୍କୁ ବାନ୍ତି ଲାଗିଥାଏ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଗୁଆ ଆପଣ ଖାଆନ୍ତୁ । ଯାହା ବାନ୍ତି ରୋକିବାର ଏକ ଭଲ ବିକଳ୍ପ । ଗୁଆ ଗୁଣ୍ଡ ସହିତ କିଛି ହଳଦୀ ଗୁଣ୍ଡ ସହିତ ଚିନି ମିଶାଇ ଖାଇ ଦିଅନ୍ତୁ । ବାନ୍ତି ସମସ୍ୟା ତୁରନ୍ତ ଭଲ ହୋଇଯିବ ।
ଘାକୁ ଶୁଖାଏ : ଖୁବ କମ ଲୋକ ଜାଣିଥିବେ ତ୍ୱଚା ସମସ୍ୟା ପାଇଁ ବି ଗୁଆ ଖୁବ ଲାଭକାରୀ । କୌଣସି ସ୍ଥାନରେ ଘା ହୋଇଥିଲେ ଗୁଆ ପେଷି ସେହି ସ୍ଥାନରେଲଗାଇ ଦିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କ କଷ୍ଟ ଲାଘବ ହୋଇଯିବ ।
ତେଣୁ ଏହି ସବୁ ସମସ୍ୟା ଥିଲେ ନିଶ୍ଚୟ ଗୁଆ ଖାଆନ୍ତୁ । କିଛି ଦିନ ମଧ୍ୟରେ ଫରକ ଦେଖିବାକୁ ପାଇବେ ।
