Tuesday, October 27, 2026
26.1 C
Odisha

    କୋହଲିଙ୍କ ସମ୍ପର୍କରେ ଖରାପ କହିବାକୁ ଜର୍ମାନ୍ ମଡେଲ୍‌ଙ୍କୁ ଅର୍ଥ ଯଚାଯାଉଛି

    ଆଗକୁ ପଢନ୍ତୁ

    କିଂବଦନ୍ତୀ ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ସଫଳତା, ପ୍ରତିଷ୍ଠା ଓ ଲୋକପ୍ରିୟତା ଏତେ ଉଚ୍ଚରେ ପହଞ୍ଚିଯାଇଛି ଯେ ତାଙ୍କୁ ବଦନାମ କରିବାକୁ ବି ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଗଲାଣି । ତାଙ୍କ ନାମରେ ଖରାପ କଥା କିମ୍ବା ନକରାତ୍ମକ ପ୍ରଚାର କରି ସେଥିରୁ ଫାଇଦା ଉଠାଇବାକୁ ବି ପ୍ରୟାସ ଆରମ୍ଭ ହୋଇଗଲାଣି । ଏ ସମ୍ପର୍କରେ ଜର୍ମାନ ମଡେଲ୍‌ ଲିଜଲାଜ୍‌ଙ୍କ ଏକ ବି‌ସ୍ଫୋରକ ବୟାନ ଏବେ ଚହଳ ପକାଇଛି ।ଲିଜଲାଜ୍‌ କହିଛନ୍ତି ‘ବିରାଟ କୋହଲିଙ୍କ ସମ୍ପର୍କରେ ଖରାପ କଥା କହିବାକୁ ମୋ ଉପରେ ଚାପ ପ୍ର‌ୟୋଗ କରାଯାଉଛି, ଏପରିକି ଅର୍ଥ ଯଚାଯାଉଛି । କେତେକ ଗଣମାଧ୍ୟମ ଏଭଳି ପ୍ରୟାସ କରିଛନ୍ତି । ମୋତେ କିଛି ସାମ୍ବାଦିକ ଅର୍ଥ ଯାଚି ବିରାଟ କୋହଲିଙ୍କ ଖରାପ କଥା ସବୁ କହିବାକୁ ଉସୁକାଉଛନ୍ତି, ଯାହାକି ସେ‌ କେବେ କରିନାହାନ୍ତି । ମୁଁ ଏସବୁ କାହିଁକି କରିବି ? ବୋଲି ଲିଜଲାଜ୍‌ ନିଜେ ପ୍ରଶ୍ନ କରିଛନ୍ତି । କୋହଲି ନିଜେ ମଧ୍ୟ ମୋର ଜଣେ ପସନ୍ଦର କ୍ରିକେଟର୍‌, ତାଙ୍କ ଭାବମୂର୍ତିକୁ ଆଞ୍ଚ ଆଣିବାକୁ ମୋର ତିଳେ ହେଲେ ଆଗ୍ରହ ନାହିଁ ।କିଛି ଦିନ ତଳେ କୋହଲି ମୋର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌କୁ ‘ଲାଇକ୍‌’ କରିବା ପରେ ମୁଁ ଭାବବିହ୍ୱଳ ହୋଇଯାଇଥିଲି । ଏବେ ମୋତେ ଦିଆଯାଇଥିବା ପ୍ରତିଟି ଅଫର୍‌କୁ ମୁଁ ପ୍ରତ୍ୟାଖାନ କରିଦେଇଛି, କାରଣ ମୁଁ କୌଣସି ମିଛ କାହାଣୀକୁ ପ୍ରସାରିତ କରିବାକୁ ଚାହେ ନାହିଁ । ଅର୍ଥ ନେଇ କୌଣସି ମିଛ ଓ ଖରାପ କଥାକୁ କାହିଁକି ପ୍ରଚାର କରିବି ? ମୁଁ ସେଭଳି ବ୍ୟକ୍ତି ନୁହେଁ’ ବୋଲି ଲିଜଲାଜ୍‌ ପ୍ରକାଶ କରିଛନ୍ତି । ଏଭଳି ବୟାନ ଦେବା ପରେ ଲିଜ୍‌ଲାଜ୍‌ ରାୟାଲ୍‌ ଚ୍ୟାଲେଞ୍ଜ୍‌ର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଜର୍ସି ପରିଧାନ କରିଥିବା ଏକାଧିକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ସହ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    68 %
    5.1kmh
    100 %
    Tue
    25 °
    Wed
    22 °
    Thu
    22 °
    Fri
    27 °
    Sat
    28 °

    ସମ୍ବନ୍ଧିତ