Saturday, March 28, 2026
31.6 C
Odisha

    ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶାଖାପାଟଣାରେ ୨୩ ବିଶ୍ବ ରେକର୍ଡ

    ଆଗକୁ ପଢନ୍ତୁ

    ବିଶାଖାପାଟଣା : ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ଗତଶନିବାର ବିଶାଖାପାଟଣାରେ ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟମାନେ ଯୋଗାସନ କରିଥିଲେ। ବିଶାଖାପାଟଣାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୩ଟି ନୂଆ ବିଶ୍ବ ରେକର୍ଡ ସୃଷ୍ଟି ହୋଇଥିବା ଚନ୍ଦ୍ରବାବୁ ନାଇଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୨ଟି ଗିନିଜ ୱାଲର୍ଡ ରେକର୍ଡ୍ସ ହୋଇଥିବା ବେଳେ ୨୧ଟି ୱାଲର୍ଡ ବୁକ୍‌ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛି।
    ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଥିଲେ ବିଶାଖାପାଟଣାରେ ୩ ଲକ୍ଷ ୩ ହଜାର ଲୋକ ଏକାଠି ଯୋଗ କରିଥିଲେ। ଗୋଟିଏ ସ୍ଥାନରେ ସର୍ବାଧିକ ଲୋକ ଏକତ୍ର ଯୋଗ କରିବା ଯୋଗୁଁ ତାହା ଗିନିଜ ୱାଲର୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ସେହିପରି ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ୨୨ ହଜାର ୧୨୨ଜଣ ଜନଜାତି ଛାତ୍ର ୧୦୮ ମିନିଟ୍‌ ପର୍ଯ୍ୟନ୍ତ ୧୦୮ଥର ସୂର୍ଯ୍ୟ ନମସ୍କାର କରି ଆଉ ଏକ ଗିନିଜ ରେକର୍ଡ କରିଥିବା ସେ ସୂଚନା ଦେଇଥିଲେ। ବିଶାଖାପାଟଣାରେ ଆୟୋଜିତ ଯୋଗ ଦିବସ ପାଳନ ବିପୁଳ ସଫଳତା ହାସଲ କରିଥିବା ସେ କହିଥିଲେ। ବିଶାଖାପାଟଣା ଆସି ଯୋଗ ଦିବସରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚନ୍ଦ୍ରବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶାଖାପାଟଣାରେ ଆୟୋଜିତ ଯୋଗ ଦିବସକୁ ସଫଳ କରାଇଥିବାରୁ ଚନ୍ଦ୍ରବାବୁ ଅଂଶଗ୍ରହଣକାରୀ, ଆୟୋଜକ ଓ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଯୋଗ ଦିବସ ଅବସରରେ ସମଗ୍ର ଆନ୍ଧ୍ରପ୍ରଦେଶରେ ୨ କୋଟି ୪୫ ଲକ୍ଷ ବ୍ୟକ୍ତି ଯୋଗାସନ କରିିଥିବା ସେ ସୂଚନା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ କୋଟି ୮୦ ଲକ୍ଷ ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ଚନ୍ଦ୍ରବାବୁ ଘୋଷଣା କରିଥିଲେ। ଯୋଗ ଭାରତୀୟ ପରମ୍ପରା ହୋଇଥିବା ବେଳେ ଏହା ଅଭ୍ୟାସ କରିବା ଫଳରେ ଶାରୀରିକ ଓ ମାନସିକ ସୁସ୍ଥତା ମିଳି ପାରୁଛି। ତେଣୁ କୋଟିକୋଟି ଲୋକ ଯୋଗ ଦିବସରେ ନିଜକୁ ସାମିଲ କରିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଯୋଗୁଁ ଯୋଗ ବିଶ୍ବରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଚନ୍ଦ୍ରବାବୁ ଦର୍ଶାଇଥିଲେ। ୧୭୦ଟି ଦେଶରେ ଯୋଗ ଦିବସ ପାଳନ ହେଉଛି ଏବଂ ବହୁସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇଥିବା ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    21 %
    1.9kmh
    61 %
    Sat
    33 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ