Sunday, October 4, 2026
30.6 C
Odisha

    ଅନ୍‌ଲାଇନ୍‌ ଟ୍ରେଡିଂରେ ଫସିଲେ ଜମାକାରୀ: ହଜାରେ କୋଟି ନେଇ ମଧ୍ୟସ୍ଥି ଫେରାର

    ଆଗକୁ ପଢନ୍ତୁ

    ଏମ୍‌ସିଏକ୍ସ ସିଟି ନାମକ ଟ୍ରେଡିଂ କମ୍ପାନି ବିରୋଧରେ ବଡ଼ଧରଣର ଠକେଇ ନେଇ ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ସମ୍ବଲପୁରର ସନ୍ତୋଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଉଚ୍ଚ ସୁଧର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। କେବଳ ସମ୍ବଲପୁର ନୁହେଁ; ସିକିମ, ଛତିଶଗଡ଼, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଏହି କମ୍ପାନି ଜମାକାରୀଙ୍କଠାରୁ ବିପୁଳ ଟଙ୍କା ଠକି ନେଇଥିବା କୁହାଯାଉଛି।ସମ୍ବଲପୁର ରେମେଡ଼ ଅଞ୍ଚଳର ଅନିଲ ପାଢ଼ୀଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ବନ୍ଧୁଙ୍କ ଜରିଆରେ ଏମ୍‌ସିଏକ୍ସ ସିଟି ବିଷୟରେ ଜାଣିବାକୁ ପାଇଥିଲେ। ଏହି କମ୍ପାନିରେ ଅନ୍‌ଲାଇନ ଟ୍ରେଡିଂ ପାଇଁ ଜମା କରାଗଲେ ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ଏବଂ ଜମାଠାରୁ ୩ ଗୁଣ ଅଧିକ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏହାକୁ ବିଶ୍ବାସ କରି ସେ ସନ୍ତୋଷ ଆଚାର୍ଯ୍ୟଙ୍କ ଜରିଆରେ ନିବେଶ କରିବା ଆରମ୍ଭ କରିଥିଲେ। ପ୍ରଥମ କିଛି ଦିନ ଟଙ୍କା ମଧ୍ୟ ମିଳିଥିଲା। କିନ୍ତୁ ପାଖାପାଖି ପ୍ରାୟ ବର୍ଷେ ହେବ ଆଉ କୌଣସି ରିଟର୍ଣ୍ଣ ପାଇନାହାନ୍ତି। ଘରୋଇ ସଂସ୍ଥାରେ କାମ କରୁଥିବା ଅନିଲ ୬ ଲକ୍ଷ ଟଙ୍କା ନିବେଶ କରିଛନ୍ତି। କେବଳ ସେ ନୁହଁନ୍ତି, ସମ୍ବଲପୁରର ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତି ଏହି ଅନ୍‌ଲାଇନ୍‌ ଟ୍ରେଡିଂରେ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ନିବେଶ କରିଛନ୍ତି। ଅଧିକ ଟଙ୍କା ମିଳିବା ଆଶାରେ କିଏ ଜମି ବିକି ତ ଆଉ କିଏ ନିଜ ପେନ୍‌ସନ୍‌ ଟଙ୍କା ଅନ୍‌ଲାଇନ୍‌ ଟ୍ରେଡିଂରେ ବିନିଯୋଗ କରିଥିଲେ। ଅଭିଯୋଗ କରିଥିବା ଜମାକାରୀମାନେ କହିଛନ୍ତି, ନିବେଶର ପ୍ରଥମ କିଛି ଦିନ ସେମାନେ ଉଚ୍ଚ ସୁଧ ହାରରେ ଟଙ୍କା ଫେରି ପାଇଥିଲେ। ତେବେ ଯାହାଙ୍କ ଜରିଆରେ ସେମାନେ ଅନ୍‌ଲାଇନ୍‌ ଟ୍ରେଡିଂରେ ନିବେଶ କରୁଥିଲେ ସେହି ବ୍ୟକ୍ତି (ସନ୍ତୋଷ ଆଚାର୍ଯ୍ୟ)ଙ୍କର ବର୍ତ୍ତମାନ ଖୋଜଖବର ନାହିଁ। ଏଥିରେ ପ୍ରାୟ ୧୦୦୦ରୁ ୧୨୦୦ କୋଟି ଟଙ୍କାର ଠକେଇ ହୋଇଥିବା ନିବେଶକାରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଖୁବ୍‌ଶୀଘ୍ର ଇଓଡବ୍ଲୁର ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ