Monday, September 14, 2026
23.5 C
Odisha

    ପ୍ରୟାଗରାଜ ଏକ୍ସପ୍ରେସ ଓ ପ୍ରୟାଗରାଜ ସ୍ପେସାଲ: ଦିଲ୍ଲୀ ଷ୍ଟେସନ୍‌ରେ ଦଳାଚକଟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସନରେ ଗତରାତିରେ ଘଟିଥିବା ଭୟଙ୍କର ଦଳାଚକଟା ପଛରେ ସମାନ ଟ୍ରେନ୍ ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ମୁଖ୍ୟତଃ ଦାୟୀ ବୋଲି ପୁଲିସ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ଏହା ସହ ଟ୍ରେନ୍‌ ଚଳାଚଳରେ ବିଳମ୍ବ ଓ ଭୁଲ୍‌ ସୂଚନା ଯୋଗୁଁ ଯାତ୍ରୀମାନେ ବିଭ୍ରାନ୍ତିର ଶିକାର ହୋଇଥିଲେ ଏବଂ ଏହା ଦଳାଚକଟାର ରୂପ ନେବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଦିଲ୍ଲୀ ପୁଲିସ ରବିବାର ପ୍ରକାଶ କରିଛି।

    ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ପ୍ଲାଟଫର୍ମ ୧୬ରେ ପ୍ରୟାଗରାଜ ସ୍ପେସାଲ ଆସିବା ନେଇ ଘୋଷଣା ହେବା ପରେ ବଡ଼ ଧରଣର ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ସେତେବେଳକୁ  ୧୪ ନମ୍ବର ପ୍ଲାଟଫର୍ମରେ ପ୍ରୟାଗରାଜ ଏକ୍ସପ୍ରେସ ଲାଗିଥିଲା ଏବଂ ଏଥିରେ ଚଢ଼ିବାକୁ ଯାତ୍ରୀମାନେ ସଂଘର୍ଷ କରୁଥିଲେ।  ଶହ ଶହ ଯାତ୍ରୀ ଭୁଲବଶତଃ ପ୍ଲାଟ୍‌ଫର୍ମ ୧୬ ଆଡ଼କୁ ଦୌଡ଼ି ଆସିଥିଲେ, ଯାହା ଫଳରେ ସ୍ଥିତି ଅସମ୍ଭାଳ ହୋଇଉଠିଥିଲା। ପ୍ରୟାଗରାଜ ସ୍ପେସାଲ ପ୍ଲାଟଫର୍ମ ୧୬ରେ ପହଞ୍ଚିବା ନେଇ ଘୋଷଣା ପରେ ହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା କାରଣ ପ୍ରୟାଗରାଜ ଏକ୍ସପ୍ରେସ ପୂର୍ବରୁ ପ୍ଲାଟଫର୍ମ ୧୪ରେ ଥିଲା। ପ୍ଲାଟଫର୍ମ ୧୪ରେ ରହିଥିବା ଲୋକମାନେ ଭାବିଥିଲେ ଯେ ସେମାନଙ୍କ ଟ୍ରେନ୍ ପ୍ଲାଟଫର୍ମ ୧୬ରେ ପହଞ୍ଚୁଛି। ଏହାବ୍ୟତୀତ ପ୍ରୟାଗରାଜ ଅଭିମୁଖେ ଯାଉଥିବା ୪ଟି ଟ୍ରେନ୍ ମଧ୍ୟରୁ ୩ଟି ବିଳମ୍ବିତ ହୋଇଥିବାରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

    ଗତକାଲି ଷ୍ଟେସନରେ ଯେଉଁ ଭିଡ଼ ଦେଖିବାକୁ ମିଳିଥିଲା ତାହା ଅଭୂତପୂର୍ବ ବୋଲି କୁହାଯାଉଛି। ପୂର୍ବରୁ କେବେ କୌଣସି ପର୍ବପର୍ବାଣୀ ସମୟରେ ମଧ୍ୟ ରେଳ ଷ୍ଟେସନରେ ଏତେ ଭିଡ଼ ଦେଖିବାକୁ ମିଳିନଥିଲା। ଭିଡ଼ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିବା ପରେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିଥିଲା। ମହାକୁମ୍ଭ ପାଇଁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍‌ରେ ଏକ ସମୟରେ ହଜାର ହଜାର ଯାତ୍ରୀ ଚଢ଼ିବାକୁ ଯାଉଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ଏହି ଦଳାଚକଟା ହୋଇଥିଲା। ଟ୍ରେନ୍‌ ବିଳମ୍ବ ଏବଂ ସୂଚନାକୁ ନେଇ ଦ୍ବନ୍ଦ୍ବ ଭିତରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆବ୍ୟକ ସୁରକ୍ଷା କର୍ମଚାରୀ ମଧ୍ୟ ନଥିଲେ।   ରେଳ ମନ୍ତ୍ରଣାଳୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ଏବଂ ଏଭଳି ସ୍ଥିତିର ପ୍ରତିକାର ବ୍ୟବସ୍ଥା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ