Thursday, April 23, 2026
34 C
Odisha

    ଅପରେସନ ସିନ୍ଦୁର ପାଇଁ ଜଳପଥରେ ହାଇଆଲର୍ଟ, ବାଲେଶ୍ବରର ତାଳସାରି ଏବଂ ଉଦୟପୁରରେ କଡ଼ାକଡ଼ି ଯାଞ୍ଚ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଅପରେସନ ସିନ୍ଦୁର ପାଇଁ ଜଳପଥରେ ହାଇ ଆଲର୍ଟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ତାଳସାରୀ ନିକଟରେ ସମୁଦ୍ରରେ ଥିବା ଆଇଲଣ୍ଡରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।  ମାଛ ଧରା ପାଇଁ କଟକଣା ଲାଗିବା ସତ୍ତ୍ବେ ମାଛ ଧରିବାକୁ ଯାଉଥିବା ୮ ମିଟର ଡଙ୍ଗା ଗୁଡ଼ିକୁ କଡ଼ାକଡ଼ି ଭାବେ ଚେକିଂ କରାଯାଉଛି । ସମୁଦ୍ରରେ ଥିବା ଆଇଲାଣ୍ଡ ଗୁଡିକ ତନତନ କରି ଯାଞ୍ଚ କରାଯାଉଉଛି । ମାଛ ଧରା ଡଙ୍ଗା ପାଖକୁ ବୋର୍ଟ ଯିବାର ସୁବିଧା ନଥିବା ବେଳେ ନୌସନା ଅଧିକାରୀ ମାନେ ପାଣିରେ ପହଁରି ପହଁରି ଡଙ୍ଗାକୁ ଚେକ କରୁଛନ୍ତି ।

    ଏଥିରେ ପୋଲିସ ଫୋର୍ସ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ସାମିଲ କରାଯାଇଛି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତରେ ତାଳସାରି ଥିବା ବେଳେ ତାଳସାରି ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ବାଂଲାଦେଶ । ଏଥିପାଇଁ ତାଳସାରି ଏବଂ ଉଦୟପୁରକୁ ହାଇଆଲର୍ଟ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34 ° C
    34 °
    34 °
    11 %
    1.7kmh
    16 %
    Thu
    36 °
    Fri
    43 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ