Sunday, October 4, 2026
29.6 C
Odisha

    ଓଡ଼ିଶା ତଟକୁ ଜଗିଛି ଡ୍ରୋନ, ୫ ଜଣ ଲେଖାଏଁ ପିଏସଓ ମୁତୟନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ତଟକୁ ଜଗିଛି ଡ୍ରୋନ । ମାଛଧରା ବନ୍ଦରରେ ଡ୍ରୋନ ମୁତୟନ କରାଯାଇଛି । ୫ ଜଣ ଲେଖାଏଁ ପିଏସଓ ମୁତୟନ କରାଯାଇଛି । ଉପକୂଳ ସୁରକ୍ଷା ପ୍ରସ୍ତୁତି ନେଇ ତଟ ସୁରକ୍ଷା ADG ଅରୁଣ ବୋଥ୍ରାଙ୍କ ସୂଚନା ଦେଇଛନ୍ତି। କମ୍ୟୁନିଟି ପୋଲିସିଂ ପ୍ରୋଗ୍ରାମ ଜାରି ରହିଛି । ୧୮ଟି ଥାନା ସ୍ତରରେ କାମ କରାଯାଉଛି । ମେରାଇନ ଥାନାକୁ ଆଲର୍ଟ କରାଯାଇଛି । କୋଷ୍ଟାଲ ଅଞ୍ଚଳରେ ସିକ୍ୟୁରିଟି ବଢ଼ାଯାଇଛି ।

    ମେରାଇନ ପାଟ୍ରୋଲିଂ ସହ ଆର୍ମସ ଗାର୍ଡ ରଖାଯାଇଛି ।ଯୁଦ୍ଧ ପରିସ୍ଥିତି ପାଇଁ ପୋଲିସ ସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପୋଲିସ ମହା ନିର୍ଦ୍ଦେଶକଙ୍କ ଅଧକ୍ଷତାରେ ବୈଠକ ହୋଇଛି। ବୈଠକରେ ରେଳ ତଟ ରାକ୍ଷୀ ADG, ଆଇନଶୃଙ୍ଖଳା ADG ଉପସ୍ଥିତ ଥିଲେ। ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ପାଇଁ ଡ୍ରୋନରେ ନଜର ରଖାଯାଇଛି । ମେରାଇନ୍ ପୋଲିସ ତଟ ରଖି ବାହିନୀ ଆଲର୍ଟ ଅଛନ୍ତି ।

    ନୌସେନା ଓ ଗୁଇନ୍ଦା ବିଭାଗ ସହ ଯୋଗାଯୋଗ ରଖାଯାଇଛି । କମ୍ୟୁନିଟି ପୋଲିସଙ୍ଗ ପ୍ରୋଗ୍ରାମ ୪ ମାସ ହେଲା ଆରମ୍ଭ କରାଯାଇଥିଲା I ୧୮ ଟି ଥାନା ସ୍ତରରେ କାମ କରାଯାଉଛି I ୯୦ ରୁ ୧୪୨ ଜଣକୁ ବଢ଼ାଯାଇଛି I କୋଷ୍ଟାଲ ଅଞ୍ଚଳରେ ସିକ୍ୟୁରିଟି ବଢ଼ାଯାଇଛି I ମେରାଇନ ଥାନା ଗୁଡିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନ୍ୟାଭି ସହ ଯୋଗାଯୋଗ କରାଯାଇଛି I

    ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I ଓଡ଼ିଶାର ମେରାଇନ ଥାନା ସବୁ ଏନେଇ ସଜାଗ ଅଛନ୍ତି I ଏକ୍ସ ଅଫିସରମାନଙ୍କୁ କାର୍ଯ୍ୟରେ ଲଗାଯାଇଛି । ବୈଠକରେ ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ଆର. ପି. କୋଚେ, ଉପକୁଳ ତଟ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା ଏବଂ ଆଇଜି କେନ୍ଦ୍ରାଞ୍ଚଳ ଶ୍ରୀ ଏସ. ପ୍ରବୀଣ କୁମାର ପ୍ରମୁଖ ଏହି ବୈଠକରେ ସାମିଲ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ