Friday, October 2, 2026
22.2 C
Odisha

    ଅପରେସନ Absolute Resolveରେ ଥରିଲା ଭେନେଜୁଏଲା!, ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ କହିଛନ୍ତି ଟ୍ରମ୍ପ

    ଆଗକୁ ପଢନ୍ତୁ

    ୨୦୨୬ର ପ୍ରଥମ ବଡ଼ ଯୁଦ୍ଧ । ଅପରେସନ Absolute Resolveରେ ଥରିଲା ଭେନେଜୁଏଲା! । ଯୁଦ୍ଧ ଜାହାଜରେ ମାଦୁରୋ ବନ୍ଦୀ ଥିବାର ଫଟୋ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ ନିଜ ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ କହିଛନ୍ତି । ମାଦୁରୋଙ୍କୁ ନାଟକୀୟ ଭାବେ ଗିରଫ କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଭେନେଜୁଏଲାର ରାଜଧାନୀ କାରାକାସରେ ଏକ ବଡ଼ ଧରଣର ଗୁପ୍ତ ଅପରେସନ କରିଛି । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସବୁଠୁ ବଡ଼ ଆକ୍ରମଣ ବୋଲି କହିଛନ୍ତି ଟ୍ରମ୍ପ । ଏହି ଅପରେସନକୁ “ଅପ୍ରତିରୋଧ୍ୟ ସାମରିକ ଶକ୍ତି” ଭାବରେ ବର୍ଣ୍ଣନା କରିଛନ୍ତି । ଆକାଶମାର୍ଗ, ସ୍ଥଳପଥ ଏବଂ ସମୁଦ୍ର ତିନି ଦିଗରୁ ଏକକାଳୀନ ହୋଇଥିବା ଏହି ଆକ୍ରମଣକୁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସବୁଠୁ ବଡ଼ ଆକ୍ରମଣ ବୋଲି କହିଛନ୍ତି ।

    ଏହାସହ ମାଦୁରୋଙ୍କୁ ଗିରଫଦାରୀର ପ୍ରମାଣ ଦେଇଛନ୍ତି । ଟ୍ରମ୍ପ ନିଜେ ଆମେରିକାର ଏକ ବିଶାଳ ଯୁଦ୍ଧ ଜାହାଜ ‘USS Iwo Jima’ରେ ମାଦୁରୋ ବନ୍ଦୀ ଅବସ୍ଥାରେ ଥିବାର ଏକ ଫଟୋ ସର୍ବସାଧାରଣରେ ଜାରି କରିଛନ୍ତି । ଏବେ ଆମେରିକା ହାତରେ ଭେନେଜୁଏଲାର ନିୟନ୍ତ୍ରଣ ରହିଛି । ଭେନେଜୁଏଲାରେ ଶାନ୍ତି ଶୃଙ୍ଖଳା ଏବଂ ଏକ ସଠିକ୍ ସରକାର ଗଠନ ନହେବା ପର୍ଯ୍ୟନ୍ତ ଆମେରିକା ସେଠାକାର ଶାସନ ଦାୟିତ୍ୱ ତୁଲାଇବ । ଏଥିସହିତ ଆମେରିକୀୟ ତେଲ କମ୍ପାନୀଗୁଡ଼ିକ ସେଠାକାର ତୈଳ ଭଣ୍ଡାରରେ ନିଜର କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବେ । ଏହାସହ ବିନା ଖର୍ଚ୍ଚରେ ଅପରେସନ ହୋଇଥିିବା ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ଏହି ଯୁଦ୍ଧ ପାଇଁ ଆମେରିକାର ଜନସାଧାରଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଭେନେଜୁଏଲାରୁ ମିଳୁଥିବା ତେଲ ରପ୍ତାନି ରାଜସ୍ୱରୁ ଏହି ସାମରିକ ଅଭିଯାନର ସମସ୍ତ ଖର୍ଚ୍ଚ ଭରଣା କରାଯିବ। ପୁରୁଣା ଡୋନ୍ରୋ ନୀତିକୁ ବଦଳାଇ ଟ୍ରମ୍ପ ନିଜ ନାମ ଅନୁସାରେ ଏକ ନୂଆ ନୀତି ବିଷୟରେ କହିଛନ୍ତି। ଏହାର ଅର୍ଥ ହେଉଛି ପଶ୍ଚିମ ଗୋଲାର୍ଦ୍ଧରେ କେବଳ ଆମେରିକାର ପ୍ରଭୁତ୍ବ ରହିବ ଏବଂ ବାହାର ଦେଶଗୁଡ଼ିକର ହସ୍ତକ୍ଷେପ ବନ୍ଦ ହେବ। ଏହି ମିଶନର ନାଁ ରଖାଯାଇଛି “ଅପରେସନ ଆବସୋଲ୍ୟୁଟ ରିଜଲଭ”। ଏଥିରେ ୧୫୦ରୁ ଅଧିକ ଯୁଦ୍ଧ ବିମାନ ସାମିଲ ଥିଲେ ।

    ଏହି ଅପରେସନ ବେଳେ ଗୋଟିଏ ହେଲିକପ୍ଟର ଉପରକୁ ଗୁଳିମାଡ଼ ହୋଇଥିଲେ ମଧ୍ୟ କୌଣସି ଆମେରିକୀୟ ସୈନିକ ପ୍ରାଣ ହରାଇ ନାହାନ୍ତି। ମାଦୁରୋଙ୍କ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ ଭଳି ସଙ୍ଗୀନ ଅଭିଯୋଗ ଥିଲା । ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ଏହାକୁ ବିରୋଧ କରନ୍ତି, ତେବେ ଆମେରିକା ଏହାଠାରୁ ବଡ଼ ଦ୍ୱିତୀୟ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଏହାସହ ଟ୍ରମ୍ପ କହିଛନ୍ତି, ମାଦୁରୋ ନିଜ ଦେଶର ଜେଲ୍ ଖାଲି କରି ଅପରାଧୀମାନଙ୍କୁ ଆମେରିକା ପଠାଉଥିଲେ । ଶେଷରେ ଟ୍ରମ୍ପ ଗର୍ବର ସହ କହିଛନ୍ତି, ୨୦୨୬କୁ ସ୍ବାଗତ । ଟ୍ରମ୍ପଙ୍କ ଶାସନରେ ଆମେରିକା ପୁଣିଥରେ ବିଶ୍ବଶକ୍ତି ଭାବେ ଫେରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ