Friday, October 2, 2026
22.2 C
Odisha

    ଅଫିସ୍ କୋଠାରେ ଲାଗିଲା ଭୟଙ୍କର ନିଆଁ, ୨୦ ଜଣଙ୍କର ମୃତ୍ୟୁ ସୂଚନା

    ଆଗକୁ ପଢନ୍ତୁ

    ଅଫିସ୍ ବିଲଡିଂରେ ଭୟଙ୍କର ନିଆଁ । ୨୦ ଜଣଙ୍କର ମୃତ୍ୟୁ । ବର୍ଷର ଶେଷ ସମୟରେ ଘଟିଛି ଆଉ ଗୋଟିଏ ଅଘଟଣ । ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ଠାରେ ଥିବା ଏକ ସାତ ମହଲା କୋଠାରେ ନିଆଁ ଲାଗି ଏଭଳି ଅଘଟଣ ଘଟିଛି । ତେବେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ି ନାହିଁ । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି କୁହାଯାଉଛି ।

    ଯାହା ସୂଚନା ମିଳିଛି, କୋଠାର ଉପର ମହଲାରେ ନିଆଁ ଲାଗି ଏହା ତଳକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ କିଛି ଲୋକ ଭୟରେ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ