Friday, October 2, 2026
22.9 C
Odisha

    ସାଇବର ଠକେଇ ଅଭିଯୋଗରେ ୩ ଗିରଫ

    ଆଗକୁ ପଢନ୍ତୁ

    ଆନନ୍ଦପୁର  : ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା ଘଷିପୁରା ଥାନାରେ ହୋଇଥିବାବେଳେ ଅନ୍ୟଟିି ନନ୍ଦିପଦା ଥାନାରେ ହୋଇଛି । ଏନେଇ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଘଷିପୁରା ଥାନା ଖଡିବିଲି ଗାଁର ହରିହର ଜେନା , ଘଷିପୁରା ଗାଁର ବିକାଶ ଜେନା ଓ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଧୃତି ସୁନ୍ଦର ସ୍ବାଇଁ । ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କ ପାଞ୍ଚଟି ପାସ୍‌ବୁକ ଓ ମୋବାଇଲ ଫୋନ ପୋଲିସ ଜବତ କରିଛି । ଘଷିପୁରାର ରାହୁଲ ପାତ୍ରଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ନିକଟରେ ରହୁଥିବା ବିକାଶ ଜେନା ତାଙ୍କୁ ଏକ ବ୍ୟାଙ୍କ ଖାତା ଖୋଲିବାକୁ କହିଥିଲେ। ବିକାଶ ଅନଲାଇନ ଗେମ୍‌ ଖେଳିବାପରେ ସେହି ଆକାଉଣ୍ଟରେ ଟଙ୍କା ଆସିବ ଓ ସେ ରାହୁଲଙ୍କୁ କିଛି ଟଙ୍କା ଦେବାବୋଲି ପ୍ରଲୋଭିତ କରିଥିଲେ। ପରେ ଆହୁରି ଅନେକ ବ୍ୟାଙ୍କରେ ବିକାଶ ରାହୁଲ ନାମରେ ଜମାଖାତା ଖୋଲି ୫ଲକ୍ଷ ଟଙ୍କାର କାରବାର କରିଥିଲେ। ପରେ ଏହିଭଳି ଭାବେ ବିକାଶ ବିଭିନ୍ନ ଲୋକଙ୍କ ନାରେ ଜମାଖାତା ଖୋଲି ସାଇବର ଠକେଇ କରୁଥିବା ଜାଣିବାପରେ ରାହୁଲ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ। ଘଷିପୁରା ପୋଲିସ ଏହି ଘଟଣାର ତଦନ୍ତରେ ବିକାଶ ଓ ତାର ସହଯୋଗୀ ହରିହର ଜେନାଙ୍କୁ ଗିରଫ କରିଛି ା ସେହିଭଳି ହାଟଡିହି ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ଟଙ୍କା ଲୋଭ ଦେଖାଇ ତାଙ୍କ ଜମାଖାତା ମାଧ୍ୟମରେ ସାଇବରଫ୍ରଡ କରିଥିବା ଭଦ୍ରକ ଜିଲା ତିହିଡି ଅଞ୍ଚଳର ଧୃତି ସୁନ୍ଦର ସ୍ବାଇଁଙ୍କୁ ଗିରଫ କରିଛି ନନ୍ଦିପଦା ପୋଲିସ। ତେବେ ଏମାନଙ୍କ ମାଷ୍ଟରମାଇଣ୍ଡକୁ ଖୁବଶୀଘ୍ର ଗିରଫ କରିବାକୁ ପୋଲିସ ପ୍ରୟାସ ଚଳାଇଥିବା କହିଛନ୍ତି ଏସଡିପିଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ