Sunday, March 22, 2026
32 C
Odisha

    ଅବଢ଼ା ଯୋଜନାରେ ଅଧପନ୍ତରିଆ କାମ ; କିଏ ଦେବ ୪୨ ଶହ କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚର ହିସାବ

    ଆଗକୁ ପଢନ୍ତୁ

    ଶ୍ରୀକ୍ଷେତ୍ରରେ ମାଳମାଳ ଅଧାପନ୍ତରିଆ ପ୍ରକଳ୍ପ। କ’ଣ ହେବ ପ୍ରକଳ୍ପର ଭବିଷ୍ୟତ? ନିର୍ମାଣ ଆରମ୍ଭ ହୋଇନି ସଙ୍ଗମ ପାର୍କିଂ ସ୍ଥଳ। ଏବେ ବି ଅନିଶ୍ଚିତତାରେ ରଘୁନନ୍ଦନ ପାଠାଗାର। ଅଧାପନ୍ତରିଆ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପ। ୪୨ ଶହ କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚର କିଏ ଦେବ ହିସାବ? ଅବଢ଼ା ଯୋଜନା ଅନ୍ତର୍ଗତ ୪୨୨୪ କୋଟିର ପ୍ରକଳ୍ପ ମଧ୍ୟରେ ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉନ୍ନତୀକରଣ, ରଘୁନନ୍ଦନ ପାଠାଗାର, ମୂଷା ନଈର ଉନ୍ନତୀକରଣ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ଏହା ସହ ଶ୍ରୀସେତୁ, ଶ୍ରୀଦାଣ୍ଡ, ଅଠରନଳା ଉନ୍ନତୀକରଣ, ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ମଠ ଓ ମନ୍ଦିରର ଉନ୍ନତୀକରଣ କାମ ମଧ୍ୟ ରହିଛି। ଏପରିକି ମାର୍କେଟ୍ କଂପ୍ଲେକ୍ସ ଉନ୍ନତୀକରଣ, ସମଙ୍ଗ ପାର୍କିଂ ସ୍ଥଳ, ବହୁତଳ ପାର୍କିଂ, ବେଳାଭୂମି ସୌନ୍ଦର୍ୟ୍ୟୀକରଣ। ସେତେବେଳେ ଏହି ପ୍ରକଳ୍ପ ସବୁକୁ ନେଇ ବଡ ପ୍ରଚାର ହୋଇଥିବା ବେଳେ ସପ୍ତାହରେ ଦୁଇଥର ପୁରୀ ଆସି ଏହାର ସମୀକ୍ଷା କରୁଥିଲେ ବିଜେଡି ନେତା ଭି.କେ ପାଣ୍ଡିଆନ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏସବୁ ପ୍ରକଳ୍ପ ଏବେ ଅଧାପନ୍ତରିଆ ରହିଥିବା ବେଳେ ମୁଶାନଈ, ରଘୁନନ୍ଦନ ଲାଇବ୍ରେରୀ, ସମଙ୍ଗ ପାର୍କିଂ ଆଦି ଆରମ୍ଭ ହୋଇନାହିଁ। ସେପଟେ ବିଚ୍ ଫଣ୍ଟ ଡେଭଲପମେଣ୍ଟରେ ୧୦୨ କୋଟି ମଞ୍ଜୁର ହୋଇଥିଲେ ମଧ୍ୟ ଏହା ଅନ୍ତର୍ଗତ କ୍ୟାବିନ୍ ସବୁ ଖତ ଖାଇଲାଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ